Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ସଫଳତା, ବିପୁଳ ପରିମାଣରେ ଗଞ୍ଜେଇ ଜବତ, ୪ ଜଣ ଗିରଫ

3/06/2021 at 10:46 PM

ଭଦ୍ରକ, ୦୩/୦୬: ଭଦ୍ରକରେ ଲକଡାଉନ ଓ ସଟଡାଉନ ସମୟରେ ମଧ୍ୟ ନିଶା କାରବାର ଚରମ ସୀମାରେ ପହଁଚିଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ପୁଣି ଏକ ସଫଳତା ମିଳିଛି ।

ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା ଆଇଟିଆଇ କେନାଲ ରୋଡ଼ ଠାରେ ବିଶେଷ ସୂତ୍ରରୁ ଖବର ପାଇ ଗ୍ରାମାଞ୍ଚଳ ପୋଲିସ ସେଠାରେ ପୂର୍ବରୁ ଜଗି ରହିଥିଲା । ପରେ ଆନ୍ତଜିଲ୍ଲା ଦୁର୍ଦ୍ଧାନ୍ତ ଅପରାଧିମାନେ ଏକ କାର ଯୋଗେ ଯାଉଥିବା ସମୟରେ ପୋଲିସ ମାଡି ବସିଥିଲା । ପରେ ଏହି କାରକୁ ଚେକିଂ କରିବା ସମୟରେ ଏହି କାର ଭିତରୁ ୧୦ କିଲୋ ଗଞ୍ଜେଇ ସହିତ, ଗୋଟାଏ ଖଣ୍ଡା, ୩ଟି ଛୁରୀ, ଗୋଟାଏ ଖେଳନା ବନ୍ଧୁକ, ସ୍ବିଫ୍ଟ କାର ସମେତ ବହୁ ମାରଣାସ୍ତ୍ର  ଜବତ କରିଛି ଗ୍ରାମାଞ୍ଚଳ ପୋଲିସ । ଏହି ଗଞ୍ଜେଇ ମାଫିଆ ମାନେ କାର ଯୋଗେ ବ୍ରହ୍ମପୁରରୁ ଭଦ୍ରକ ଆସୁଥୁଲେ ଗଞ୍ଜେଇ ବେପାର କରିବା ପାଇଁ । ଯାହାକୁ ଧରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ।

ଏହି ଅଭିଯୁକ୍ତ ୪ ଜଣଙ୍କ ମଧ୍ୟରୁ ୩ ଜଣ ଭଦ୍ରକର ହୋଇଥିବା ବେଳେ ଅନ୍ୟ ଜଣେ କାର ଡ୍ରାଇଭର ହେଉଛନ୍ତି କଟକର ସଦାଶିବ ଭୋଳ । ଆଶ୍ଚର୍ଯ୍ୟର କଥା ହେଉଛି କି ଗଞ୍ଜେଇ ମାଫିଆ ମାନଙ୍କ ମଧ୍ୟରେ ଭଦ୍ରକର ଗଞ୍ଜେଇ ବାଡ଼ି ଟ୍ରିପୁଲ ମର୍ଡର କେଶର ଅଭିଯୁକ୍ତ ଲକ୍ଷ୍ମୀଧର ସେଠୀ ବେଲରେ ଥିବା ବେଳେ ଏହି ଗଞ୍ଜେଇ ବେପାରରେ ଲିପ୍ତ ଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts