ମୋହନାରେ ଗଞ୍ଜେଇ ଜବତ
21/08/2018 at 2:47 AM

ଗଜପତି ୨୧/୮:ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କେରାଖାଲ ନିକଟରେ ଗଞ୍ଜେଇ ବୋଝେଇ ହୋଇଥିବା ପିକ୍ଅପ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭ୍ୟାନରେ ୪୦ ବସ୍ତା ଗଞ୍ଜେଇ ଓ ଭାଙ୍ଗ କଟକକୁ ଚୋରା ଚାଲାଣ ହେଉଥିବା ବେଳେ କେରାଖାଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି। ଖବର ପାଇ ମୋହନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଭ୍ୟାନ୍ ଓ ଗଞ୍ଜେଇ ଜବତ କରି ତଦନ୍ତ କରୁଛି ।