Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୋରା ଚାଲାଣ ବେଳେ କାର୍‌ରୁ ୧୯କେ.ଜି. ଗଞ୍ଜେଇ ଜବତ

27/08/2019 at 4:05 PM

କୃଷ୍ଣପ୍ରସାଦ ୨୭|୮: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦା ଘାଟ ନିକଟରୁ ୧୯ କେଜି ଗଂଜେଇ ଜବତ ହୋଇଛି । ବ୍ରହ୍ମପୁରଠାରୁ ପୁରୀକୁ ଏକ ଇଣ୍ଡିଗୋ କାରରେ ଗଂଜେଇ ଚାଲାଣ ହେଉଥିବା ବେଳେ ଖବର ପାଇ କୃଷ୍ଣପ୍ରସାଦ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଂଜେଇ ବୋଝେଇ କାରକୁ ଜବତ କରିଥିବା ଜଣାପଡିଛି ।

ଦୁଇ ଜଣ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଜଣେ ବ୍ରହ୍ମଗିରି ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ପୁରୀର ବୋଲି ପୋଲିସ ସୂଚନା ଦେଇଛି ।  

   Related Posts