ପିକ୍‌ଅପ୍ ଭ୍ୟାନ୍‌ରୁ ୧୨ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

Published By : Prameya-News7 Bureau | September 21, 2019 IST

ଲମତାପୁଟ ୨୧।୯: କୋରାପୁଟ ଜିଲ୍ଲା ମାଛକୁଣ୍ଡ ବିଏସଏଫ ୧୩ ନମ୍ବର ବାଟାଲିୟନ ସକାଳ ସମୟରେ ମାଛକୁଣ୍ଡ ଛକରେ ପାଟ୍ରୋଲିଂ କରୁଥିବା ବେଳେ  ଗଞ୍ଜେଇ  ବଝେଇ ପିକଅପ ଭ୍ୟାନକୁ ଅଟକାଇଥିଲେ । ଏହି ପିକଅପ ଭ୍ୟାନରେ ଗଞ୍ଜେଇ ଚାଲାଣ ହେଉଥିଲା । ପ୍ରାୟ ୧୨କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛନ୍ତି ବିଏସଏଫ ଯବାନ ।

{"id":160627}

ଗାଡି ଜବତ କରିବା ସହ ୭ ଏମଏମ ପିସ୍ତଲ, ୨୦ ହଜାର ଟଙ୍କା ଏବଂ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ବିଏସଏଫ । ଦୁଇ ଅଭିଯୁକ୍ତ ଲମତାପୁଟ ବ୍ଲକର ତୁସବା ଗ୍ରାମର ଲବ ଖିଲ, ମନ୍ତ୍ରୀପୁଟ ଗ୍ରାମର ମଙ୍ଗଳା ଖରାଙ୍କୁ ପଚରା ଉଚାର ପରେ ମାଛକୁଣ୍ଡ ପୋଲିସକୁ ହସ୍ତାନ୍ତର କରିଛି ବିଏସଫ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ମାଛକୁଣ୍ଡ ପୋଲିସ ସୂଚନା ଦେଇଛି ।

ଏହି ଚାଲାଣରେ ଅଞ୍ଚଳର କିଛି ଯୁବକ ସମ୍ପୃକ୍ତ ଥିବା ସନ୍ଦେହ କରି ପୋଲିସ ଅଟକ ରଖିଥିବା ଦୁଇ ଅଭିଯୁକ୍ତଙ୍କୁ ପଚାର ଉଚାର କରୁଛି । ଗଂଜେଇ ମାଫିଆ ଗଞ୍ଜେଇ ଚୋରା ଚାଲାଣ ପାଇଁ ପିସ୍ତଲ ବ୍ୟବହାର କରୁଥିବା ଦେଖି ପୋଲିସ ପାଇଁ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.