Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଚୋରାରେ ଚାଲାଣ ବେଳେ ଗଞ୍ଜେଇ ଜବତ କଲା ଫ୍ଲାଇଙ୍ଗ୍ ସ୍କ୍ବାଡ୍, ୩ ଯୁବକ ଗିରଫ ସହ ଦାମୀ କାର୍ ଜବତ

17/08/2019 at 1:43 PM

କଟକ ୧୭|୮: କଟକ ଲିଙ୍କରୋଡରୁ ୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ବାର୍ଡ । ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି ଫ୍ଲାଇଙ୍ଗ ସ୍କ୍ବାର୍ଡ । ସେମାନଙ୍କଠାରୁ ଏକ ଦାମୀ କାର୍ ଜବତ କରାଯାଇଥିବା ବେଳେ ଆସ୍କା ଅଞ୍ଚଳରୁ ଗଞ୍ଜେଇ ଆଣି ମେଦିନାପୁର ନେଉଥିବା ତଦନ୍ତ ବେଳେ ଫ୍ଲାଇଙ୍ଗ ସ୍କ୍ବାର୍ଡ ଜାଣିବାକୁ ପାଇଛି ।

ଆସ୍କାରୁ ମେଦିନାପୁର ଭାୟା କଟକ ଦେଇ ଯାଉଥିବା ଗଞ୍ଜେଇକୁ ଜବତ କରିଛି ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ବାର୍ଡ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା । ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଫ୍ଲାଇଙ୍ଗ ସ୍କ୍ବାର୍ଡ । ଏକ ଦାମୀ କାରରେ ଅଭିଯୁକ୍ତମାନେ ଆସ୍କା ଅଞ୍ଚଳରୁ ଗଞ୍ଜେଇ ଆଣି ମେଦିନାପୁର ନେଉଥିବା ସ୍ବୀକାର କରିଛନ୍ତି । ତେବେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ଖବର ପାଇବା ପରେ ଆଜି ଭୋରରୁ ଲିଙ୍କରୋଡ ଅଞ୍ଚଳରେ ଜଗି ରହିଥିଲେ । ତେବେ ସନ୍ଦେହରେ ଏକ କାରକୁ ଅଟକାଇବା ପରେ ଏଥିଲେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ।

ଗଞ୍ଜେଇ ଚୋରା ଚାଲାଣର ମୁଖ୍ୟ ମାଧ୍ୟମ ପାଲଟିଛି ଦାମୀ କାର । ପୂର୍ବରୁ ବହୁଥର ଗଞ୍ଜେଇ ସହ ଦାମୀ କାର ଜବତ ହୋଇଥିବା ନଜିର ରହିଛି । ଆଉ ଏହା ପଛରେ କାରଣ ରହିଛି ଦାମୀ କାରରେ ଗଞ୍ଜେଇ ଚାଲାଣ କରିଲେ ସନ୍ଦେହରୁ ଦୂରରେ ରହି ବ୍ୟବସାୟ କରିପାରିବେ । ସବୁଠାରୁ ବଡ କଥା ହେଲା ଗଞ୍ଜେଇ ଚାଲାଣର ମୁଖ୍ୟ ଗୋଟିଏ ସ୍ଥାନରେ ରହି ବ୍ୟବସାୟ କରୁଥିବା ବେଳେ ମାତ୍ର କିଛି ଟଙ୍କାର ଲୋଭ ଦେଖାଇ କିଛି ଯୁବକଙ୍କୁ ଗଞ୍ଜେଇ ଆଣିବାକୁ କୁହାଯାଇଥାଏ । ଆଉ ଟଙ୍କା ଲୋଭରେ ଏହି ଯୁବକମାନେ ଗଞ୍ଜେଇ ଚାଲାଣ କରୁଥିବା ମଧ୍ୟ ଗିରଫ ଅଭିଯୁକ୍ତ ସ୍ବୀକାର କରିଛନ୍ତି ।

ଏହି ଗଞ୍ଜେଇ ଚାଲାଣ ପଛରେ ଏକ ରାକେଟ ସଂପୃକ୍ତ ଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିବା ବେଳେ ଖୁବ୍ ଶୀଘ୍ର ମାଷ୍ଟର ମାଇଣ୍ଡକୁ ଗିରଫ କରାଯିବ ବୋଲି ଫ୍ଲାଇଙ୍ଗ ସ୍କ୍ବାର୍ଡ ପକ୍ଷରୁ କୁହାଯାଇଛି ।

   Related Posts