ଚୋରାରେ ଚାଲାଣ ବେଳେ ଗଞ୍ଜେଇ ଜବତ, ଜଣେ ଗିରଫ

Published By : Prameya-News7 Bureau | October 18, 2019 IST

ଉଦଳା ୧୮।୧୦: ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଅବକାରୀ ବିଭାଗ ଗଞ୍ଜେଇ ଜବତ କରିବା ସହିତ ଚୋରା ଗଞ୍ଜେଇ କାରବାର କରୁଥିବା ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା ଅବକାରୀ ବିଭାଗ ।

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଡୁକୁରା ଗ୍ରାମରେ ଚୋରା ଗଞ୍ଜେଇ ବେପାର ଚାଲିଥିବା ଖୁଂଟା ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା । ଯାହାକୁ ନେଇ ଆଜି ସକାଳ ସମୟରେ ଅବକାରୀ ବିଭାଗ ଡୁକୁରା ଅଂଚଳର ଜଗତ ବଲ୍ଲଭ ବହେରାଙ୍କ ଘରେ ଚଢାଉ କରିଥିଲା । ତାଙ୍କ ନିକଟରୁ ଚୋରାରେ ବିକ୍ରି କରାଯାଉଥିବା ୩ କେ.ଜି. ୪୫୦ଗ୍ରାମ ଗଞ୍ଜେଇ ଜବତ କରିଛି ଖୁଂଟା ଅବକାରୀ ବିଭାଗ । ଏହା ସହିତ ଚୋରା ବେପାରୀ ଜଗତ ବଲ୍ଲଭକୁ ବିଭାଗ ଗିରଫ କରିଛି । ଜବତ ଗଞ୍ଜେଇର ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.