ଟ୍ରକ୍ ଭର୍ତ୍ତି ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | August 10, 2020 IST

ଜୟପୁର ୧୦।୮: ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ନଗଦ ୩ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଛି ଜୟପୁର ସଦର ପୋଲିସ । ଜବତ ଗଞ୍ଜେଇର ପରିମାଣ ୯୩୭ କିଲୋ ହେବ । ଏହାର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଜୟପୁର ଏସଡିପିଓ ।

{"id":312481,"sizeSlug":"large"}

ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାସହ ଗଞ୍ଜେଇ ଚାଲାଣ ହେଉଥିବା ଗୋଟିଏ ଟ୍ରକ୍, ଗୋଟିଏ ବୋଲେରୋ ସହ ୭ଟି ମୋବାଇଲ ବି ଜବତ ହୋଇଛି । ଗଞ୍ଜେଇ ସବୁ କୋରାପୁଟ ଲମତାପୁଟ ଅଞ୍ଚଳରୁ ବିହାର ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଜୟପୁର ପାତ୍ରପୁଟ ନିକଟରେ ଏମାନଙ୍କୁ କାବୁ କରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.