ମାଲକାନଗିରି ପୋଲିସ ହାତରେ ଧରାପଡିଲା ଗଞ୍ଜେଇ କିଙ୍ଗ୍‌ପିନ୍

Published By : Prameya-News7 Bureau | December 18, 2018 IST

ମାଲକାନଗିରି ୧୮|୧୨:  ମାଲକାନଗିରି ଜିଲ୍ଲା ପୋଲିସ ହାତରେ ଧରା ପଡିଲା ଚୋରା ଗଞ୍ଜେଇ କାରବାରର କିଙ୍ଗ୍‌ପିନ୍ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଗଞ୍ଜେଇ କିଣି ଅଧିକା ଦରରେ ବାହାର ରାଜ୍ୟରେ ବିକ୍ରି କରୁଥିଲେ । ଗିରଫ ଅଭିଯୁକ୍ତ ପଦ୍ନଗିରି ପଞ୍ଚାୟତ ଅନ୍ତର୍ଗତ ଏମଭି ୮୩ ଗ୍ରାମର ରାଜୁ ବରାଇ । ତାଙ୍କ ନାଁରେ ପୂର୍ବରୁ ଜିଲ୍ଲାର ବାଲିମେଳା ଥାନାରେ ଜାମିନ ବିହୀନ ଗିରଫ ୱାରେଣ୍ଟ ରହିଥିବା ବେଳେ ସେ ଦୀର୍ଘ ଦିନ ଧରି ଫେରାର୍ ଥିଲେ ।

{"id":64962}
wp:paragraph {"align":"left"}

ଆଜି ତାଙ୍କୁ ନିଜ ବାସଭବନରୁ ପୋଲିସ ଗିରଫ କରିଛି । ଗିରଫ ବେଳେ ତାଙ୍କ ନିକଟରୁ ଗୋଟିଏ ବୋଲୋରୋ ଗାଡି ସହ ୧୧୭କେଜି ଗଞ୍ଜେଇ, ୬ଲକ୍ଷ ଟଙ୍କା,  ଏକାଧିକ ଏଟିଏମ୍ କାର୍ଡ ଓ ମୋବାଇଲ ଫୋନ୍ ଜବତ କରିଛି ମାଲକାନଗିରି ପୋଲିସ । ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.