ଫୁଲବାଣୀ ନାରାୟଣୀ ଜଙ୍ଗଲ ପାହାଡ ଉପରେ ପୋଲିସର ଏନ୍‌କାଉଣ୍ଟର ; ପୋଲିସ ଗୁଳିରେ ଗଞ୍ଜେଇ ମାଫିଆ ଗୁରୁତର

Published By : Prameya-News7 Bureau | November 05, 2018 IST

କନ୍ଧମାଳ ୫|୧୧:  ପୋଲିସ ଟାର୍ଗେଟରେ ଗଞ୍ଜେଇ ମାଫିଆ । ଫୁଲବାଣୀ ନାରାୟଣୀ ଜଙ୍ଗଲ ପାହାଡ ଉପରେ ପୋଲିସ ଏନକାଉଣ୍ଟର କରିଛି । ପୋଲିସ ଗୁଳିରେ ଗଞ୍ଜେଇ ମାଫିଆ ମୁନା ଦିଗଲ ଗୁରୁତର ହୋଇଛି। ମୁନାର ଆଣ୍ଠୁ ଓ ହାତରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁନା ନିକଟରୁ ଗୋଟିଏ ବାଇକ୍ ଓ ପିସ୍ତଲ ଜବତ ହୋଇଛି । ଗତାଲି ବିଳମ୍ବିତ ରାତିରେ ପୋଲିସର ଚଢାଉ ବେଳେ ପୋଲିସ ଓ ମୁନା ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପ୍ରଥମେ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା ମୁନା । ଏହା ପରେ ପୋଲିସ ମୁନାକୁ ଗୁଳି କରିଥିଲା । ମୁନା ନାଁରେ ବିଭିନ୍ନ ଥାନାରେ ୧୧ଟି ମାମଲା ରହିଛି । ଗତ ୨ତାରିଖରେ ଫୁଲବାଣୀ ଗୋଚ୍ଛାପଡା ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.