ମାଲକାନଗିରି ପୋଲିସ ହାତରେ ଧରା ପଡିଲେ ଦୁଇ ଗଞ୍ଜେଇ ମାଫିଆ

Published By : Prameya-News7 Bureau | June 07, 2019 IST

ମାଲକାନଗିରି ୭|୬: ମାଲକାନଗିରି ପୋଲିସ ହାତରେ ଧରା ପଡିଲ  ଦୁଇ ଜଣ ଗଞ୍ଜେଇ ମାଫିଆ । ସେମାନଙ୍କ ନିକଟରୁ ଗଞ୍ଜେଇ ବୋଝେଇ ଟ୍ରକ ଜବତ କରିଛି ପୋଲିସ ।  ଟ୍ରକରେ ପ୍ରାୟ ୫୦୦ କିଲୋଗ୍ରାମ ଗଞ୍ଜେଇ ଥିଲା । ଜିଲ୍ଲାର ଶିଖପାଲ୍ଲି ଅଞ୍ଚଳରୁ ଛତିଶଗ଼ଡକୁ ଏହି ଗଞ୍ଜେଇ ଚାଲାଣ ହେଉଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳର ମନୋଜ ପଟ୍ଟନାୟକ ଓ ମୋତିଲାଲ ମଣ୍ଡଳ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ମାଲକାନଗିରି ଏସ.ପି କହିଛନ୍ତି । ଗିରଫ ଦୁଇ ଜଣଙ୍କୁ ପଚରା ଉଚୁରା କରାଯିବା ପରେ କୋର୍ଟ ଚାଲାଣ କରାଯିବ । ଗଞ୍ଜେଇ ରାକେଟରେ ସାମିଲ ଥିବା କିଙ୍ଗପିନକୁ ମଧ୍ୟ ଆଗାମୀ ଦିନରେ ଗିରଫ କରାଯିବ ବୋଲି ପୋଲିସ କହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.