ଗଞ୍ଜେଇ ବୋଝେଇ କାର୍ ଦୁର୍ଘଟଣାଗ୍ରସ୍ତ ; ୩ଜଣ ଆହତ
13/12/2018 at 11:11 AM

ଆଠମଲ୍ଲିକ ୧୩|୧୨: ଗଞ୍ଜେଇ ବୋଝେଇ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ୩ଜଣ ଆହତ ହୋଇଛନ୍ତି । ଆଠମଲ୍ଲିକ କାଠପେଣ୍ଠ ସାହି ନିକଟରେ ରାସ୍ତା ପାର୍ଶ୍ବକୁ ଖସି ଗଛରେ ପିଟିହୋଇ କାରଟି ଦୁର୍ଘଟଣା ହୋଇଛି । କାର୍ ଭିତରେ ଥିବା ଡ୍ରାଇଭର ସମେତ ୩ ଜଣଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ୩ ଜଣ ହେଲେ ରତ୍ନାକର ବେହେରା, ବରୁଣ ପାତ୍ର ଓ ପ୍ରଭାତ ଦୀପ । ସମସ୍ତେ ଫୁଲବାଣୀ ଅଞ୍ଚଳର । ଦୁର୍ଘଟଣାଗ୍ରସ୍ତ କାର ନମ୍ବର ହେଉଛି ଓଆରଜିରୋ୫ଏପି-୯୬୬୯ । କାରରୁ ୧ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଫୁଲବାଣୀରୁ ଭୁବନେଶ୍ବର ଚୋରା ଚାଲାଣ ହେଉଥିଲା ଗଞ୍ଜେଇ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।