ଗଞ୍ଜେଇ ବୋଝେଇ ପିକ୍ଅପ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ
21/08/2018 at 4:47 AM

ଗଜପତି ୨୧/୮ : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କେରାଖାଲ ନିକଟରେ ଗଞ୍ଜେଇ ବୋଝେଇ ହୋଇଥିବା ପିକ୍ଅପ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭ୍ୟାନରେ ୪୦ ବସ୍ତା ଗଞ୍ଜେଇ ଓ ଭାଙ୍ଗ ଜବତ ହୋଇଛି | ଏହି ଗଂଜେଇ କଟକକୁ ଚୋରା ଚାଲାଣ ହେଉଥିବା ବେଳେ କେରାଖାଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଖବର ପାଇ ମୋହନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଭ୍ୟାନ୍ ଓ ଗଞ୍ଜେଇ ଜବତ କରି ତଦନ୍ତ କରୁଛି । ତେବେ ଡ୍ରାଇଭର ଫେରାର ଅଛି |