ଗଞ୍ଜେଇ ଖଟିରୁ ବ୍ୟାପିଲା କରୋନା, ଗୋଟିଏ ଚିଲମରୁ ୨୪ ଜଣ ସଂକ୍ରମିତ, ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | August 03, 2020 IST

ଗୁରଗାଓଁ, ୦୩|୦୮: ହରିୟାଣାର ଜିନ୍ଦ ଜିଲ୍ଲାର ଶାଦିପୁର ଗ୍ରାମରେ ମିଳିମିଶି ଗଞ୍ଜେଇ ଟାଣିବା ପରେ ୨୪ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏହାସହ ଜଣେ ଆକ୍ରାନ୍ତ ପ୍ରାଣ ମଧ୍ୟ ହରାଇସାରିଛନ୍ତି । ପ୍ରଶାସନ ଏବେ ଗାଁକୁ ସିଲ୍ କରିଦେଇଛି । ଏହାସହ ଗଞ୍ଜେଇ ଟାଣିବା  ଉପରେ ବ୍ୟାନ୍ ଲଗାଇଛି ।

ସୂଚନାନୁସାରେ, ଗତ ଜୁଲାଇ ୮ ତାରିଖରେ ଗୁରୁଗାଓଁକୁ ଜଣେ ଯୁବକ ବିବାହ ପାଇଁ  ଯାଇଥିଲେ । ଯୁବକ ଫେରିବା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା । ଜଣାପଡିଥିଲା ଯେ, ସଂକ୍ରମିତ ଯୁବକ ଗ୍ରାମରେ ତାଙ୍କ ବନ୍ଧୁଙ୍କ ସହ ଗଞ୍ଜେଇ ଟାଣିଥିଲେ ।

ଏହାପରେ ତାଙ୍କ ବନ୍ଧୁମାନଙ୍କର କରୋନା ଟେଷ୍ଟ କରାଯାଉଥିଲା । ସମସ୍ତଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ଏପରି ଭାବେ ମୋଟ୍ ୨୪ଜଣ ସଂକ୍ରମିତ ହୋଇଛନ୍ତି । ଏହାସହ ଜଣେ ଯୁବକଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

ଡାକ୍ତର କହିଛନ୍ତି ଯେ, ଗଞ୍ଜେଇକୁ ଗୋଟିଏ ଚିଲମ୍ ଦ୍ୱାରା ଟାଣିବା ପରେ ଭାଇରସ ସିଧାସଳଖ ଫୁସପୁସରେ ପହଁଚିଥାଏ । ତେଣୁ ଗ୍ରାମରେ ୨୪ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏହା ପ୍ରଶାସନ ଗାଁକୁ ସିଲ୍ କରିଦେଇଛି । ଏପରିକି ଦୋକାନ ବଜାର ଖୋଲିବା ଉପରେ ମଧ୍ୟ ରୋକ୍ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.