ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରାଚାଲାଣ; ୨ଗଞ୍ଜେଇ ମାଫିଆ ଗିରଫ

Published By : Prameya-News7 Bureau | January 24, 2019 IST

ସୋନପୁର ୨୪/୧ : ଅଭିନବ ଉପାୟରେ ଗଂଜାଇ ଚୋରା ଚାଲାଣ ହେଉଛି । ପୋଲିସ ଏବଂ ଅବକାରୀ ବିଭାଗ ଆଖିରେ ଧୂଳିଦେବା ପାଇଁ ଆମ୍ବୁଲାନ୍ସରେ ଗଂଜେଇ ଭର୍ତିକରି ନେଉଥିବାବେଳେ ଧରିଛି ସୁବର୍ଣ୍ଣପୁର ଜିଲ୍ଲାର ଅବକାରୀ ବିଭାଗ । ଘଟଣାରେ ଆମ୍ବୁଲେନ୍ସକୁ ଜବତ କରିବା ସହିତ ଗିରଫ ହୋଇଛନ୍ତି ୨ ଜଣ ଅନ୍ତରାଜ୍ୟ ଗଂଜେଇ ମାଫିଆ । କୌଣସି ସୂତ୍ରରୁ ଖବରପାଇ ଅବକାରୀ ବିଭାଗ ସୋନପୁର-ବଲାଙ୍ଗୀର ରାସ୍ତାର ଅର୍ଜୁନପୁର ଠାରେ ଛପି ରହିଥିଲା । ସୂଚନା ମୁତାବକ ଅର୍ଜୁନପୁର ଠାରେ ଆମ୍ବୁଲେନ୍ସକୁ ଅଟକାଇ ତଦନ୍ତ କରିଥିଲା ଅବକାରୀ ବିଭାଗ ।

{"id":77404}

ତଦନ୍ତ ବେଳେ ଛତିଶଗଡ ନମ୍ବର ଥିବା ଏହି ଆମ୍ବୁଲେନ୍ସ ଭିତରୁ ୨୫ କେଜି ଗଂଜେଇ ମିଳିଥବାବେଳେ ୨ ଜଣ ଅନ୍ତରାଜ୍ୟ ଗଂଜେଇ ଚୋରାଚାଲାଣକାରୀଙ୍କୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ ।ଗିରଫ ଦୁଇ ଜଣ ହେଲେ କିରନ ଦାସ ଏବଂ ପ୍ରକାଶ କୁମାର ଛତିଶଗଡ ରାଜ୍ୟର କୋର୍ବା ଜିଲ୍ଲା ଓମପୁର ଗାଁର । କେବଳ ଏହି ଘଟଣା ନୁହେଁ ବର୍ଷ ତମାମ ପଡୋଶୀ ବଉଦ ଜିଲ୍ଲାର ବିଭିନ୍ନ ରାସ୍ତାଦେଇ ଶହ ଶହ କୁଇଂଟାଲ ଗଂଜେଇ ଚାଲାଣ ହେଉଥିବାବେଳେ କେବେ କେମିତି ସୋନପୁର ଅବକାରୀ ବିଭାଗ ହାତରେ ଏହିଭଳି ଗିରଫ ହେଉଛନ୍ତି ଚୋରାଚାଲାଣକାରୀ ।

{"id":77406}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.