Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଅପରେସନ୍ ଗ୍ରୀନ୍ କ୍ଲିନ୍, ୪୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ

9/12/2021 at 5:38 PM

ଲମତାପୁଟ ୯।୧୨: କୋରାପୁଟ ପୋଲିସ ୪୦ ଏକର ଗଞ୍ଜେଇ ଚାଷ  ନଷ୍ଟ  କରିଛି ।  କୋରାପୁଟ ପୋଲିସ ଗଞ୍ଜେଇ  ଚୋରା ଚାଲାଣ ରୋକିବା ପାଇଁ  ବଡପଦକ୍ଷେପ ନେଇଛି ।  ଅପରେସନ ଗ୍ରୀନ୍ କ୍ଲିନ୍ରେ ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଚାଷୀଙ୍କୁ ଗିରଫ କରିବା ଆରମ୍ଭ କରିଛି  ଏବଂ  ମାଲିକାନା ଜମି ମାଲିକଙ୍କ ନାମରେ ମାମଲା ରୁଜୁ କରୁଛି ପୋଲିସ । କୋରାପୁଟ ଜିଲ୍ଲା  ମାଛକୁଣ୍ଡ ଥାନା  ଅନ୍ତର୍ଗତ  କୁମ୍ଭାରପୁଟ ଗ୍ରାମରେ ବିପୁଳ  ପରିମାଣ ର ଗଞ୍ଜେଇ ଚାଷ ନଷ୍ଟ  କରୁଛି  ପୋଲିସ । 

ମାଛକୁଣ୍ଡ, କୋରାପୁଟ ପୋଲିସ, ଡିଭିଏଫ, ଅବକାରୀ ବିଭାଗ, ବନ ବିଭାଗ ଏବଂ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରାୟ ୪୦ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇ ସାରିଲାଣି ।  ଏହାର ମୂଲ୍ୟ ୪୦ କୋଟିରୁ ଉର୍ଦ୍ଧ୍ବ  ହେବ ବୋଲି ପୋଲିସ ସୂଚନା ଦେଇଛି । ପୂର୍ବରୁ ବ୍ଲୁପ୍ରିଣ୍ଟ  ପ୍ରସ୍ତୁତ କରିବା ସହ ଡ୍ରୋନ ସାହାଯ୍ୟରେ ଗଞ୍ଜେଇ ଚାଷ ହୋଇଥିବା ଜାଗାକୁ ଚିହ୍ନଟ କରାଯାଇଥିଲା  ଏପର୍ଯ୍ୟନ୍ତ ୪ ଜଣ  ଗଞ୍ଜେଇ  ଚାଷୀଙ୍କୁ ଗିରଫ  କରାଯାଇଥିବା ବେଳେ ୨୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି ।  ଜମି ଚିହ୍ନଟ କରି  ମାଲିକାନା ଥିବା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଗିରଫ କରାଯିବ ବୋଲି ନନ୍ଦପୁର ଏସଡ଼ିପିଓ କହିଛନ୍ତି । 

   Related Posts