Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଅପରେସନ ଗ୍ରୀନ୍ କ୍ଲିନ୍, ୧୮ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ ପୋଡି ନଷ୍ଟ

21/12/2020 at 8:17 AM

ଗଜପତି ୨୧।୧୨ : ଗଜପତି ଜିଲ୍ଲାରେ ଅପରେସନ ଗ୍ରୀନ୍ କ୍ଲିନ୍ । ମୋହନା ଥାନା ଜରଉ ପଞ୍ଚାୟତରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କରାଯାଇଛି । ଏହି ଚଢାଉରେ ପ୍ରାୟ  ୧୮ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଯାହାର ଆନୁମାନିକ  ମୁଲ୍ୟ ପ୍ରାୟ ୧୮କୋଟି ରୁ ଅଧିକ ହେବ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବାଲିପଦର ଗାଁରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ଓ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ଓ ପୋଲିସକୁ ସୂଚନା ମିଳିଥିଲା । ଉଭୟ ପୋଲିସ ଓ ଅବକାରୀ ବିଭାଗ ଖବର ପାଇଁ ସଂପୃକ୍ତ ଗାଁରେ ଚଢାଉ କରିଥିଲେ । ଏହି ଚଢାଉରେ ପ୍ରାୟ ୯୩ ଏକର ଜମିରେ ଗଞ୍ଜେଇ ଚାଷ୍ଟ ହୋଇଥିବା ଜଣାପଡିଥିଲା । ଯାହାକୁ ଅବକାରୀ ବିଭାଗ ଓ ପୋଲିସ ସମସ୍ତ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି । ତେବେ ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ  ମୁଲ୍ୟ ପ୍ରାୟ ୧୮ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଅପରେସନରେ ଗ୍ରାନ୍‌ କ୍ଲିନ୍‌ରେ ରାଜସ୍ୱ ବିଭାଗର କର୍ମଚାରୀ ମଧ୍ୟ ସାମିଲ ଥିଲେ ।

   Related Posts