ଆକ୍ସନ ମୋଡରେ ପୋଲିସ, ଜଙ୍ଗଲରୁ ପ୍ରାୟ ୫ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

Published By : Prameya-News7 Bureau | November 17, 2020 IST

ବୌଦ୍ଧ ୧୭।୧୧: ବୌଦ୍ଧ ପୋଲିସ ପକ୍ଷରୁ ଆରମ୍ଭ ହେଲା ଗଞ୍ଜେଇ ଗଛ ନଷ୍ଟ ଅଭିଯାନ । ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚାଷ ଓ କାରାବାର ବୃଦ୍ଧି ପାଇବାକୁ ଲାଗୁଛି । ଯାହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ସ୍ଥାନୀୟ ପ୍ରଶାସନ ।

{"id":362936,"sizeSlug":"large"}

ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚାଷ ଓ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇବାକୁ ଲାଗୁଛି । ତେବେ ଜିଲ୍ଲାର ଉପାନ୍ତ ଅଂଚଳ ବ୍ୟାପକ ପରିମାଣର ଗଂଜେଇ ଚାଷ ହେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି । ଏଭଳି ପରିସ୍ଥିତିରେ ବୌଦ୍ଧ ପୋଲିସ କିଛି ଦିନର ବିରତି ପରେ ପୁଣି ଆକ୍ସନ ମୋଡ଼କୁ ଆସିଛି । ମନମୁଣ୍ଡା ଥାନା ସାରାଗଡୁ ଗ୍ରାମ୍ୟ ଜଙ୍ଗଲରେ ଉଭୟ ପୋଲିସ ଓ ବନବିଭାଗ ପାଖରୁ ୧୦୧.୧୫ ଏକର  ର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବାର ସୂଚନା ମିଳିଛି । ସମୁଦାୟ ୫୦ ହଜାର ଗଛ ନଷ୍ଟ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫ କୋଟି ୫ ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ଅନୁମାନ କରାଯାଇଛି । ତେବେ ଏହି ଚାଷ ରେ ସମ୍ପୃକ ଥିବା ମାଫିଆ ମାନଙ୍କୁ ଏଯାବତ ପୋଲିସ ଗିରଫ କରିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.