ଅପରେସନ ନୀଳଜହର, ୧୬୫ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

Published By : Prameya-News7 Bureau | November 08, 2021 IST

ବାଲିଗୁଡା ୦୮।୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଅବକାରୀ ବିଭାଗର ଅପରେସନ ନୀଳଜହର l ୧୬୫ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ। ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି।

{"id":540384,"sizeSlug":"full","linkDestination":"none"}

ଖବର ଅନୁଯାୟୀ,  କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ନଦୀ ତଟବର୍ତ୍ତୀ ଅଞ୍ଚଳରେ ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗ ଅପରେସନ ନୀଳଜହର ଆରମ୍ଭ କରିଛି l ଗଞ୍ଜେଇର ପେଣ୍ଠସ୍ଥଳୀ କୁହାଯାଉଥିବା ବାଲିଗୁଡା ଅଞ୍ଚଳରେ ଦିନକୁ ଦିନ ସରକାରୀ ଓ ଜଙ୍ଗଲ ଜମିରେ ବେଧଡକ ଭାବେ ଗଞ୍ଜେଇ ଚାଷ ହେଉଛି l ବାହାର ରାଜ୍ୟର ମାଫିଆ ଆଦିବାସୀଙ୍କୁ ହାତକରି ଜଙ୍ଗଲ ଓ ଉପାନ୍ତ ଅଞ୍ଚଳରେ ଚାଷ ଓ ବ୍ୟବସାୟର କାୟା ବିସ୍ତାର କରିଚାଲିଛନ୍ତି।

{"id":540385,"sizeSlug":"full","linkDestination":"none"}

ତେବେ ଏହାକୁ ରୋକିବାକୁ ବାଲିଗୁଡା ପୋଲିସ ପକ୍ଷରୁ ଅପରେସନ ନୀଳଜହର ଅଭିଯାନ ଆରମ୍ଭ ହୋଇଛି l ପୋଲିସ ଓ ଅବକାରୀ ବିଭାଗ ରବିବାର ୧୬୫ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇକୁ କାଟି ନଷ୍ଟ କରିଛି। ଏହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଥାନା ଅଧିକାରୀ  ସୂଚନା ଦେଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.