ଅପରେସନ ଗ୍ରୀନ କ୍ଲିନ୍, ୧୯ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
31/12/2020 at 7:53 AM

ମୋହନା ୩୧।୧୨: ଗଜପତି ଜିଲ୍ଲାରେ ଅପରେସନ ଗ୍ରୀନ କ୍ଲିନ୍। ପ୍ରାୟ ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ । ମୋହନା ଥାନା ମଧୁରଆମ୍ବ ଗାଁ ନିକଟସ୍ଥ କଳାମେରି ମୌଜାରେ ଗଞ୍ଜେଇ ଚାଷ ହେଉଥିବା ନେଇ ଖବର ପାଇଥିଲା ଅବକାରୀ ବିଭାଗ ।
ପ୍ରାୟ ୯୫ ଏକର ଜମିରେ ଏହି ଗଞ୍ଜେଇ ଚାଷ ହୋଇଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ୧୯ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ଗଛ ଗୁଡିକୁ କାଟିବା ସହ ପୋଡି ନଷ୍ଟ କରିଛନ୍ତି ମିଳିତ ବାହିନୀ । ଗତ ଦୁଇ ମାସ ଧରି ଗଜପତି ଜିଲ୍ଲାରେ ଏହି ଅଭିଯାନ ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ପୋଲିସ ସୂଚନା ଦେଇଛି ।
Related Posts
ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ
19 January 2021
ଉଦଳା: ବାଇକ୍ ଡିକି ଭାଙ୍ଗି୨ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା
19 January 2021
ମା ବିରୋଧରେ ‘ପକ୍ସୋ’ ମାମଲା ! ନାବାଳକ ପୁଅକୁ ଦେଉଥିଲା ଯୌନ ନିର୍ଯାତନା
19 January 2021