Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

21/01/2021 at 8:25 AM

ମୋହନା ୨୧।୦୧: ଗଜପତି ଜିଲ୍ଲାରେ ଜାରି ରହିଛି ଅପରେନସନ ଗ୍ରୀନ୍‌ କ୍ଲିନ୍‌ । ଜିଲ୍ଲାରେ ପୁଣି ୬୦ଏକରର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୨କୋଟି ଟଙ୍କା ହେବ ବୋଲି ସୂଚନା ରହିଛି ।

ଖବର ଅନୁଯାୟୀ, ଗଜପତି ଜିଲ୍ଲା ମୋହନା ଥାନା ଜିରାଙ୍ଗ ପଞ୍ଚାୟତ କୁମୁଳିସିଂ ଗାଁରେ ଗଞ୍ଜେଇ ଚାଷ ଚାଲିଥିବା ନେଇ ପୋଲିସ ଓ ଅବକାରୀ ବିଭାଗକୁ ଖବର ମିଳିଥିଲା । ଖବର ମିଳିବା ପରେ ଉକ୍ତ ଗାଁରେ ପୋଲିସ ଓ ଅବକାରୀ  ବିଭାଗ ଏକକାଳୀନ ଚଢାଉ କରିଥିଲେ । ଏହି ଚଢାଉରେ ପ୍ରାୟ ୬୦ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବାର ଜଣାପଡିଥିଲା । ଯାହାକୁ ପୋଲିସ ଓ ଅବକାରୀ ଟିମ୍‌ ମିଳିତ ଭାବେ ନଷ୍ଟ କରିଛନ୍ତି । ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧୨କୋଟି ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଲଗାତର କିଛି ଦିନ ହେଲା ଗଜପତି ଜିଲ୍ଲାରେ ଅପରେନସ ଗ୍ରୀନ୍‌ କ୍ଲିନ୍‌ ଜାରି ରହିଛି । ଜଙ୍ଗଲରେ ବେଆଇନ୍‌ ଭାବେ ଗଞ୍ଜେଇ ଚାଷ୍ଟକୁ ନଷ୍ଟ କରୁଛନ୍ତି ଅବକାରୀ ବିଭାଗ  ଓ ପୋଲିସ । ସମସ୍ତ ଚାଷ ପୋଲିସ ଓ ଅବକାରୀ ବିଭାଗ ଠାରୁ ଲୁଚି ଜଙ୍ଗଲ ମଧ୍ୟରେ ଚାଷ କରାଯାଉଛି । ଯାହାଫଳରେ କି ବେଆଇନ୍‌ ଗଞ୍ଜେଇ କାରବାର ବୃଦ୍ଧି ପାଉଛି ।

   Related Posts