କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

Published By : Prameya-News7 Bureau | November 28, 2020 IST

କନ୍ଧମାଳ ୨୮।୧୧: କନ୍ଧମାଳରୁ ଗଞ୍ଜେଇ ଚାଷକୁ ସମୂଳେ ଧ୍ବଂସ କରିବା ପାଇଁ ପୋଲିସ ଓ ଅବକାରୀ ବିଭାଗ ପ୍ରତ୍ୟେକ ଦିନ ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି l କ.ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲଙ୍କ ନେତୃତ୍ୱରେ ଅବକାରୀ ଏସ୍ଆଇ ନିରୁପମା ପ୍ରଧାନ ମିଳିତ ଭାବେ ଭାରପ୍ରାପ୍ତ ମାଜିଷ୍ଟ୍ରେଟ ମନୋଜ କୁମାର ଦେବତାଙ୍କ ଉପସ୍ଥିତିରେ ସାଇନପଡାର ବିଞ୍ଜରକୁଟି ଓ ଦାଉଙ୍ଗିଆ ଅଂଚଳରୁ ୧୯୦ ଏକର ସରକାରୀ ଜମିରେ ଚାଷ ହୋଇଥିବା ଅନୁମାନ କରାଯାଉଛି । ୧୯ କୋଟିରୁ ଅଧିକ ଟଙ୍କାର ବେଆଇନ ଗଞ୍ଜେଇ ଚାଷକୁ କାଟିବା ପରେ ପୋଡି ଦେଇଛନ୍ତି । କ.ନୂଆଗାଁ ଥାନାରେ ଏ ନେଇ ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁ ହୋଇଛି l ଅପରେସନ ଗ୍ରୀନ୍ କ୍ଲିନରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ପ୍ରାୟ ୨ ହଜାର ଏକର ସରକାରୀ ଓ ଜଙ୍ଗଲ ଜମିରୁ ୨ହଜାର କୋଟି ରୁ ଅଧିକ ଟଙ୍କାର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇ ସାରିଲାଣି। ଆଗକୁ ମଧ୍ୟ ଏହି ଅଭିଯାନ ଚାଲୁ ରହିବ ବୋଲି ଥାନା ଅଧିକାରୀ ଶ୍ରୀନିବାସ ସାମଲ କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.