Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଯାତ୍ରୀବାହୀ ବସରେ ଗଞ୍ଜେଇ କାରବାର: ବ୍ୟାଗ ଧରି ଖସି ଯିବେ ବେଳେ ୨ ଅଭିଯୁକ୍ତଙ୍କୁ କାବୁ କଲା ଅବକାରୀ ବିଭାଗ

24/12/2020 at 8:30 PM

ଭଦ୍ରକ୨୪/୧୨: ବସରେ ଚାଲାଣ ହେଉଛି ଗଞ୍ଜେଇ।ପୁଣି ଖାଲି ବସ ନୁହେଁ ଯାତ୍ରୀବାହୀ ବସ​‌ରେ ଗଞ୍ଜେଇ ଚାଲାଣ କାରବାର ହେଉଥିବାର ଖବର ସାମ୍ନାକୁ ଆସିଛି। ସାଧାରଣ ଯାତ୍ରୀଙ୍କ ଭଳି ବ୍ୟାଗରେ ଗଞ୍ଜେଇ କାରବାର କରୁଛନ୍ତି ମାଫିଆ। ବସରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଦୁଇଜଣଙ୍କୁ ଧରିଛି ଅବକାରୀ ମୋବାଇଲ ଟିମ।

ସୂଚନାଥାଉକି ଭୁବନେଶ୍ବରରୁ ଗଞ୍ଜେଇ ଚାଲାଣ  ହେଉଥିବା ଭଦ୍ରକ ଅବକାରୀର ମୋବାଇଲ ଟିମ୍ ସୂଚନା ଦେଇଛନ୍ତି।ଏହି ଗଞ୍ଜେଇ କାରବାରରେ ସଂପୃକ୍ତ ଥିବା ୨ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି। ଅଭିଯୁକ୍ତ ଦୁଇଜଣ ହେଲେ ଆର ଆକାଶ ପାତ୍ର ଓ ନିଲି ବିଶ୍ବାସ। ଏକ ବ୍ୟାଗରେ ୧୦ କିଲୋ ଗଞ୍ଜେଇ ଭରି ବାରିପଦା ଅଭିମୁଖେ ଯାଉଥିଲେ।

ଏହି ସଂପର୍କ​‌ରେ ଖବର ଜାଣିବା ପରେ ଅବକାରୀ ମୋବାଇଲ ଟିମ୍‌ର ଇନ୍ସପେକ୍ଟର ଖିତିଶ ଦାସ, ସବଇନ୍ସପେକ୍ଟର ଜଗନ୍ନାଥ ମିଶ୍ର ଓ ଏଏସଆଇ ଭାବେଶ ଦାସ ମିଳିତ ଭାବେ ବାରିକପୁର ଛକ ନିକଟରେ ବସକୁ ଅଟକ ରଖିଥିଲେ।ଅଭିଯୁକ୍ତମାନେ ବସରୁ ଓହ୍ଲାଇ ଖସି ଯିବାକୁ ଚେଷ୍ଟା କରିବା ବେଳେ ଅବକାରୀ ବିଭାଗର କର୍ମଚାରୀ ୨ ଜଣଙ୍କୁ କାବୁ କରି ଅଧିକ ତଦନ୍ତ ଚଳାଇଛନ୍ତି।

   Related Posts