କଟକ୬|୨: ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ । କଟକ ଜାତୀୟ ରାଜପଥ ଦେଇ ଭଦ୍ରକ ଚାଲାଣ ହେଉଥିବା ବେଳେ ୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ ।ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ଜଣ ଗଞ୍ଜେଇ ଚାଷୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଅଭିଯୁକ୍ତ ମାନେ ଗଜପତିରେ ନିଜେ ଚାଷ କରି ବିଭିନ୍ନ ସମୟରେ ବସ ଯୋଗେ ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ବ୍ୟବସାୟ କରନ୍ତି ବୋଲି କହିଛି ଅବକାରୀ ବିଭାଗ । ହେଲେ ଚୋରା ଚାଲଣର ମାଷ୍ଟର ମାଇଣ୍ଡ ପାଖରେ ପହଞ୍ଚି ପାରିନି ଅବକାରୀ ବିଭାଗ ।…
{"id":82543}କେତେବେଳେ ଗଜପତିରୁ ବ୍ରହ୍ମପୁର ତ ଆଉ କେତବେଳେ ଖଲ୍ଲିକୋଟ ଦେଇ ଭାୟା କଟକ ହୋଇ ଗଞ୍ଜେଇ ଚୋରା ଚାଲାଣ ହେଉଛି ଭଦ୍ରକକୁ । ଗଞ୍ଜେଇ ଚାଲାଣର ମାଧ୍ୟମ ପାଲଟିଛି ଘରୋଇ ବସ୍ । କୌଣସି ବେପାରୀ ନୁହେଁ ବରଂ ଗଜପତିର ଗଞ୍ଜେଇ ଚାଷୀ ନିଜେ କରୁଛନ୍ତି ବ୍ୟବସାୟ ! ଏଭଳି ଏକ ରାକେଟକୁ କଟକ ଜାତୀୟ ରାଜପଥରୁ ଧରିଛି ଅବକାରୀ ଫ୍ଲାଇଙ୍ଗସ୍କ୍ବାର୍ଡ ।
{"id":82547}ସେମାନଙ୍କ ଠାରୁ ୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଗିରଫ ସମସ୍ତ ଅଭିଯୁକ୍ତ ଗଜପତି ଅଞ୍ଚଳର ହୋଇଥିବା ବେଳେ ଏମାନେ ଭଦ୍ରକରେ ବ୍ୟବସାୟୀ କରନ୍ତି ବୋଲି ପଡିଛି । ଚାଷୀ ନୁହେଁ ବରଂ ଏହି ରାକେଟ୍ର ମାଷ୍ଟରମାଇଣ୍ଡ ପାଇଁ ଅଭିଯୁକ୍ତମାନେ କୁଲି ହିସାବରେ ଗଞ୍ଜେଇ ଆଣି ଚାଲାଣ କରୁଥିବା କହିଛନ୍ତି ।
{"id":82544}ଗଞ୍ଜେଇକୁ ଜରି ପ୍ୟାକେଟ୍ କରି ଏୟାର୍ବ୍ୟାଗ୍ରେ ଗଜପତିରୁ ଆଣି ବିଭିନ୍ନ ଅଞ୍ଚଳରେ ବ୍ୟବସାୟ କରିଥାନ୍ତି ।ଧରାନପଡିବା ପାଇଁ ବିଭିନ୍ନ ବସ୍ ଷ୍ଟପେଜ୍ରେ ଏମାନେ ବିଭିନ୍ନ ବସ୍ ବଦଳାଇଥାନ୍ତି । ଏଥିପାଇଁ ସମ୍ପୂର୍ଣ୍ଣ ଡିଲ୍ ଫୋନ୍ ଯୋଗେ ହୋଇଥାଏ । ଏହାପରେ ଏଭଳି କିଛି ଲୋକ ଲୋଭରେ ଗଜପତିରୁ ନେଇ ବିଭିନ୍ନ ସ୍ଥାନରେ ଦେଇଥାନ୍ତି ।
{"id":82545}ବାରମ୍ବାର ଚୋରା ଚାଲାଣ ବେଳେ ଜବତ ହେଉଛି ଅଫିମ । କିଏ ଏହି ଗଞ୍ଜେଇ ଚାଲାଣର ମାଷ୍ଟରମାଇଣ୍ଡ ? କାହିଁକି କିଙ୍ଗପିନ ପାଖରେ ପହଞ୍ଚି ପାରୁନାହିଁ ପୋଲିସ ସେନେଇ ଉଠୁଛି ପ୍ରଶ୍ନ ?
{"id":82546}