ଜେଲରେ ଗଞ୍ଜେଇ ବେପାର, ଜୁଆଖେଳ ଅଭିଯୋଗ : କଏଦୀଙ୍କୁ ଦିଆଯାଉଛି ନିର୍ଯାତନା

Published By : Prameya-News7 Bureau | November 03, 2019 IST

ଗଞ୍ଜାମ ୩/୧୧: ଭଞ୍ଜନଗର ଜେଲ୍ ବିରୋଧରେ ଆସିଛି ସଂଘାତିକ ଅଭିଯୋଗ । ଏଠାରେ ଗଞ୍ଜେଇ ବେପାର ଠାରୁ ଆରମ୍ଭ କରି ସୁଧ ବେପାର, ଜୁଆ ଖେଳ ବି ଚାଲିଛି । କଏଦୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ବେଳେ, ଅଭିଯୋଗ କଲେ ନାନା ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଜେଲ୍ ର ଜଣେ କଏଦୀ ନିର୍ଯାତନାର କାହାଣୀ ଫୋନ୍ ଯୋଗେ କହିଛନ୍ତି । ଯାହାକୁ ଜେଲ୍ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି ।

{"id":178387}

ଭଞ୍ଜନଗର ସବଜେଲରେ ଚାଲିଛି କି ଜୁଆ ଖେଳ ? ଚାଲିଛି କି ଗଞ୍ଜେଇ ବେପାର ? ଏପରିକି କଏଦୀଙ୍କ ମଧ୍ୟରେ ସୁଧ କାରବାର ହେଉଛି ।ଖୋଦ୍ ଜେଲ୍ କର୍ମଚାରୀ ଏଥିରେ ସାମିଲ ଅଛନ୍ତି । ଗୁଟ୍ଖା, ବିଡି, ସିଗାରେଟ୍ ଜେଲ୍ ଭିତରକୁ ନିଆଯାଇ ଡବଲ୍ ପଇସାରେ ବିକ୍ରି କରାଯାଇଛି । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜେଲ୍ର ଜଣେ କଏଦୀ ସମୀର କୁମାର ପଣ୍ଡା । ଦୁର୍ନୀତି ବିରୋଧରେ ଅଭିଯୋଗ କଲେ ତାଙ୍କୁ ଦିଆଯାଉଛି ଶାରିରୀକ ଓ ମାନସିକ ନିର୍ଯାତନା । ଅନ୍ୟାୟ ବିରୋଧରେ ସ୍ବର ଉଠାଇଲେ ତାଙ୍କୁ ବିଭିନ୍ନ ଜେଲ୍କୁ ବାରମ୍ବାର ସ୍ଥାନାନ୍ତର କରାଯାଉଛି । ଜେଲ୍ର ଏଭଳି ନିର୍ଯାତନାରେ ଅତିଷ୍ଠ ହୋଇପଡିଥିବା କଏଦୀ ସମୀର ଫୋନ୍ ଯୋଗେ ମାନାବାଧିକାର କର୍ମୀଙ୍କୁ ତାଙ୍କ ଦୁଃଖ ଜଣାଇଛନ୍ତି ।

{"id":178388}

ଭଞ୍ଜନଗର ସବ୍ ଜେଲରେ କଏଦୀମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି । ଲ୍ୟାଣ୍ଡ ଲାଇନ୍ରୁ ଘରକୁ କଥା ହେଲେ ବିପୁଳ ଅର୍ଥ ଦାବି କରାଯାଉଛି ।  ଅଭିଯୋଗ କଲେ କେହି ଶୁଣୁନାହାନ୍ତି । ଖୋଦ୍ ଜେଲର ମହାଶୟ କୁଆଡେ ଏହି ଦୁର୍ନୀତିରେ ସାମିଲ ଥିବା ସମୀର ଅଭିଯୋଗ କରିଥିବା ବେଳେ ତାଙ୍କ ସହ ସ୍ବର ମିଳାଇଛନ୍ତି ଆଉ କିଛି କଏଦୀ । ସମୀର ଏନେଇ ଜିଲ୍ଲାପାଳ, ବିଚାରବିଭାଗୀ ଅଧିକାରୀ, ସ୍ଥାନୀୟ ମାଜିଷ୍ଟ୍ରେଟ୍, ଜେଲ୍ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ ବି କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ସ୍ବର ଉଠାଇଲେ ସେମାନଙ୍କୁ ଅଧିକରୁ ଅଧିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି ।

{"id":178389}

ଏସବୁ ଘଟଣାକୁ ଖଣ୍ଡନ କରିଛନ୍ତି ଭଞ୍ଜନଗର ଜେଲର । କହିଛନ୍ତି ସଂପୃକ୍ତ କଏଦୀ ଏଠାକୁ ମାତ୍ର ୮ ଦିନ ହେଲା ବ୍ରହ୍ମପୁର ଜେଲ୍ରୁ ଆସିଛନ୍ତି । ଯାହା ଅଭିଯୋଗ ଆଣିଛନ୍ତି ସବୁ ମିଛ ।

{"id":178390}

ପ୍ରକୃତରେ ଏହି ଅଭିଯୋଗ ଅଡିଓ ସମୀର ପଣ୍ଡାଙ୍କର ନା ଅନ୍ୟ କାହାର ତଦନ୍ତ ହେବାର ଆବଶ୍ୟକତା ରହିଛି । ଯଦି ଅଭିଯୋଗ ସତ୍ୟ ତେବେ ଘଟଣା ସଂଘାତିକ। ରାଜ୍ୟରେ ଜେଲ୍ ଗୁଡିକରେ ବିଭିନ୍ନ ଦୁର୍ନୀତି, ଅନୈତିକ କାର୍ଯ୍ୟ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି ।ପ୍ରଶାସନ ଏହି ଅଭିଯୋଗ ଉପରେ ପୁଙ୍ଖାନୁପୁଙ୍ଖ ତଦନ କରିବାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.