Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଦୁର୍ଘଟଣାଗ୍ରସ୍ତ ବାଇକ୍ରୁ‌ ମିଳିଲା ପୁଳା ପୁଳା ଗଞ୍ଜେଇ ଓ ବ୍ରାଉନ ସୁଗାର, ୨ ଜଣଙ୍କୁ ଥାନାରେ ଅଟକ ରଖିଲା ପୋଲିସ

7/10/2021 at 10:43 PM

ନିଆଳି, ୦୭/୧୦: ଦୁର୍ଘଟଣାଗ୍ରସ୍ତ ବାଇକରୁ ମିଳିଲା ପୁଳା ପୁଳା ଗଞ୍ଜେଇ ଓ ବ୍ରାଉନ ସୁଗାର । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି । ନିଶା କାରବାରରେ ଲିପ୍ତ ଜଣେ ଯୁବକ ଦୁର୍ଘଟଣା ଘଟାଇ ଜଣେ ସାଇକେଲ ଆରୋହିକୁ ମୃତ୍ୟୁମୁଖକୁ ଠେଲି ଦେଇଥିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ ଏରଞ୍ଚ-ରହମ୍ବା ରାସ୍ତା ଅବରୋଧ କରାଯାଇଥିଲା । ରହମ୍ବା ଗ୍ରାମର ସିତାକାନ୍ତ ସାମନ୍ତରାୟ ସାଇକେଲରେ ଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ଓ ପତ୍ର କଣା ଅଞ୍ଚଳର ଯୁବକ ମଟର ସାଇକେଲରେ ବ୍ରାଉନ ସୁଗାର ଓ ଗଞ୍ଜେଇ ନେଇ ଯାଉଥିବା ବେଳେ ସିତାକାନ୍ତକୁ ଧକା ଦେଇଥିଲା । ତାଙ୍କ ମୁଣ୍ଡଓ ଗୋଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମେ ଅଡଶପୁର 6ଗାଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବଡ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି ।

ଅପରପକ୍ଷରେ ଯୁବକଙ୍କ ଗାଡ଼ିରୁ ଗଞ୍ଜେଇ ଓ ବ୍ରାଉନ ସୁଗାର ଘଟଣାସ୍ଥଳରେ ପଡ଼ିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଗୋବିନ୍ଦପୁର ପୋଲିସ ପାଖରେ ବାରମ୍ବାର ନିଶା କାରବାରକୁ ନେଇ ଅଭିଯୋଗ ହେଲେ ମଧ୍ୟ ପୋଲିସର ନିସ୍କ୍ରିୟତା ନିଶା କାରବାରକୁ ପ୍ରେତ୍ସାହନ ଦେଉଥିବା ଅଭିଯୋଗ ହେଉଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ରହମ୍ବା ଗ୍ରାମର ସୋମନାଥ ଦାସ ଓ ତାଙ୍କ ସ୍ତ୍ରୀକୁ ନେଇ ଥାନାରେ ଅଟକ ରଖିଛି । ଘଟଣାସ୍ଥଳରେ ପଡ଼ିଥିବା ଗଞ୍ଜେଇ ଓ ବ୍ରାଉନ ମୁଗାରକୁ ଜବତ କରିଛି ପୋଲିସ ।

   Related Posts