Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଧସୁଛି ଗେଙ୍ଗୁଟି ନଦୀର ବନ୍ଧ, ପଥର ପ୍ୟାକିଙ୍ଗ୍ ସହ କଂକ୍ରିଟ୍ ୱାଲ୍ ପାଇଁ ଦାବି

1/06/2021 at 2:05 PM

ଭଦ୍ରକ ୧।୬: ବନ୍ୟା ଜଳ ହ୍ରାସ ପରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଗେଙ୍ଗୁଟି ନଦୀ ଗର୍ଭକୁ ଧସୁଛି ନଦୀ ବନ୍ଧ । ବୈତରଣୀ ନଦୀର ଶାଖା ନଦୀ ହେଉଛି ଗେଙ୍ଗୁଟି । ଗେଙ୍ଗୁଟି ନଦୀର ୫୦ଫୁଟରୁ ଅଧିକ ନଦୀ ବନ୍ଧ ନଦୀ ଗର୍ଭକୁ ଧସିଛି । ବନ୍ଧ ଧସିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଦେଖାଦେଇଛି । ଦଳାଙ୍ଗ ପଞ୍ଚାୟତ କଣ୍ଟଦାଠାରେ ବନ୍ୟା ଛାଡ଼ିବା ପରେ ଗେଙ୍ଗୁଟି ନଦୀର ପାଖାପାଖି ୫୦ ଫୁଟରୁ ଉର୍ଦ୍ଧ୍ବ ନଦୀବନ୍ଧ ନଦୀ ଭିତରକୁ ଧସି ଯାଇଛି ।

ସେହିଭଳି ରମେଶ୍ଵରପୁର ମଳିକସାହିରେ ମଧ୍ୟ ଗେଙ୍ଗୁଟି ନଦୀର ବନ୍ଧ ପ୍ରାୟ ୧୦୦ ଫୁଟ ଧସିଛି । ବାରମ୍ଵାର ଏଭଳି ନଦୀ ବନ୍ଧ ଧସୁଥିବା ବେଳେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବନ୍ୟା ଜଳ ହ୍ରାସ ପାଇବା ପରେ ଏଭଳି ସମସ୍ୟା ଉପୁଜିଥିବାରୁ, ବନ୍ଧର ସ୍ଥାୟୀ ପ୍ରତିକାର ପାଇଁ ସାଧାରଣରେ ଦାବି ହୋଇଛି । ଆଗକୁ ମୌସୁମୀ ବର୍ଷା ଆସୁଥିବାରୁ, ବନ୍ଧର ମରାମତି ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ ଆବଶ୍ୟକ ହୋଇପଡିଛି । ନଚେତ ଆଗକୁ ନଦୀ କୁଳିଆ ଗ୍ରାମବାସୀଙ୍କ ପାଇଁ ନିଶ୍ଚୟ ବିପଦ ପାଲଟିବ । ତେବେ ଅଧିକାଂଶ ସମୟରେ ନଦୀର ମୋଡ ସ୍ଥାନରେ ବନ୍ଧ ଧସୁଥିବା ଦେଖିବା ପାଇଁ ମିଳୁଛି । ନଦୀର ପାଣି ମୋଡ ସ୍ଥାନରେ ପ୍ରବଳ ବେଗରେ ମାଡ ହେଉଥିବାରୁ ନଦୀ ବନ୍ଧରେ ଫାଟ ସୃଷ୍ଟି ହେବା ସହ ବନ୍ଧ ଭାଙ୍ଗୁଛି  ।

ନଦୀ ବନ୍ଧରେ ପଥର ପ୍ୟାକିଙ୍ଗ ସହ କଂକ୍ରିଟ ୱାଲ ପାଇଁ ଲୋକେ ଦାବି କରିଛନ୍ତି । ତେବେ ଠିକାଦାରଙ୍କୁ କାମର ଦାୟିତ୍ଵ ଦେଇ ବସିପଡନ୍ତି ବିଭାଗୀୟ ବାବୁ । ଆଉ କାମ ତା ବାଟରେ ଓ ବିଭାଗ ତା ବାଟରେ । କିନ୍ତୁ ପୁଣି ବନ୍ୟା ହେଲେ ମନେ ପଡେ ନଦୀ ବନ୍ଧର ସୁରକ୍ଷା କଥା । ନଦୀ ବନ୍ଧ ଧସିବା ସ୍ଥାନରେ ଯାଜପୁର ଜଳସମ୍ପଦ ବିଭାଗର ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି । ଯେଉଁଠାରେ ଦୁର୍ବଳ ନଦୀ ବନ୍ଧ ରହିଛି, ତା ଉପରେ ଆମେ ମଧ୍ୟ ଯୁଗ୍ମ ଭାବେ ଅନୁଧ୍ୟାନ କରିବୁ ବୋଲି କହିଛନ୍ତି ଜିଲ୍ଲାପାଳ । ପ୍ରତିବର୍ଷ ଜୁନ୍ ମାସରେ ନଦୀ ବନ୍ଧ ଉପରେ ଜଳ ସମ୍ପଦ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଭାବେ ଅନୁଧ୍ୟାନ କରାଯାଏ । ଯେଉଁଠାରେ ଦୁର୍ବଳ ନଦୀ ବନ୍ଧ ରହିଥାଏ, ତାହାର ସୁରକ୍ଷା ସହ ମରାମତି କରାଯାଇଥାଏ । ନଦୀ ବନ୍ଧ ଧସିବା ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଉପରେ ଜଳସମ୍ପଦ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

   Related Posts