ଲୋକେଶ ରାହୁଲଙ୍କୁ ଟେଷ୍ଟ ଟିମରେ ସାମିଲ କରିବା ନେଇ ଏଭଳି ମନ୍ତବ୍ୟ ଦେଲେ ଗାଙ୍ଗୁଲି

Published By : Prameya-News7 Bureau | November 08, 2020 IST

ନୂଆଦିଲ୍ଲୀ ୦୮/୧୧ : ସମ୍ପ୍ରତି ଚାଲୁ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗରେ ପଞ୍ଜାବ ପକ୍ଷରୁ ଅଧିନାୟକ ଲୋକେଶ ରାହୁଲ ଚମତ୍କାର ଫର୍ମରେ ବ୍ୟାଟିଂ କରିଥିଲେ ।  ପଞ୍ଜାବ ପକ୍ଷରୁ ଅଧିନାୟକ କେ. ଏଲ.  ରାହୁଲ ସର୍ବାଧିକ ରନ ସଂଗ୍ରହ କରିଥିଲେ ହେଁ ତାଙ୍କ ଦଳ ଚେନ୍ନାଇ ଠାରୁ ହାରି ପ୍ଲେ ଅଫ ରୁ ବାଦ ପଡିଥିଲା । ତେବେ ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ନଜର ପକାଇଲେ ପଞ୍ଜାବ ପକ୍ଷରୁ ରାହୁଲ ସର୍ବାଧିକ ରନ କରିବା ସହତି ଅଦ୍ୟାବଧି ଆଇପିଏଲର ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ।

ଆଗାମୀ ଅ‌େଷ୍ଟ୍ରଲିଆ ଗସ୍ତରେ ଲୋକେଶ ରାହୁଲଙ୍କୁ ଓ୍ବିକେଟ କିପର ଏବଂ ବ୍ୟାଟ୍ସମ୍ୟାନ ଭାବେ  ସମସ୍ତ ୩ ଫର୍ମାଟରେ ଭାରତୀୟ ଦଳରେ ସାମିଲ କରାଯାଇଛି । ତେବେ ରାହୁଲଙ୍କୁ ଟେଷ୍ଟ ଟିମରେ ସାମିଲ କରାଯିବା ନେଇ ମନ୍ତବ୍ୟ ଦେଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ରାହୁଲଙ୍କ ଭଳି ଚମତ୍କାର ଏବଂ ପ୍ରତିଭାବାନ ଖେଳାଳି ଟେଷ୍ଟ ଟିମରେ ରହିବା ଏବଂ ଦକ୍ଷତା ପ୍ରଦର୍ଶନ ପାଇଁ ପ୍ରଚୁର ସୁଯୋଗ ପାଇବା ନିତାନ୍ତ ଆବଶ୍ୟକ ।

{"id":358179,"sizeSlug":"large"}

ରାହୁଲଙ୍କ ନିକଟରେ ଦଳକୁ ଜିତାଇବା ପାଇଁ ସବୁ ପ୍ରକାର କ୍ଷମତା ରହିଛି । ଗାଙ୍ଗୁଲି କହିଛନ୍ତି ଟେଷ୍ଟ ଟିମରେ କିଏ ରହିବେ ନରହିବେ ତାହା ଚୟନକର୍ତ୍ତା ନିଷ୍ପତ୍ତି ନେବେ କିନ୍ତୁ ରାହୁଲଙ୍କ ପାଖରେ ମ୍ୟାଚ ଜିତାଇବା ଏବଂ ଲମ୍ବା ସମୟ ଧରି ଟିମରେ ରହିବାର କ୍ଷମତା ରହିଛି ।

ଗାଙ୍ଗୁଲି ଆହୁରି ମଧ୍ୟ କହିଛନ୍ତି, କୋହଲିଙ୍କ ନେତୃତ୍ବରେ ଟିମ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଅ‌େଷ୍ଟ୍ରଲିଆରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା । ଶେଷ ଥର ପାଇଁ ୨୦୧୮-୧୯ରେ ଅ‌େଷ୍ଟ୍ରଲିଆ ବିରୋଧରେ ଟେଷ୍ଟ ସିରିଜ ଜିତିଥିଲା ଭାରତ । ରାହୁଲଙ୍କ ଯୋଗଦାନ ଭଲ ପ୍ରଦର୍ଶନ କରିବା ପାଇଁ ଭାରତକୁ ସହାୟକ ହେବ ବୋଲି କହିଛନ୍ତି ସୌରଭ ଗାଙ୍ଗଲି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.