Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଚଳିତ ବର୍ଷ ରଦ୍ଦ ହେଲା ଏସିଆ କପ୍, ଘୋଷଣା କଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

8/07/2020 at 8:19 PM

ନୂଆଦିଲ୍ଲୀ ୦୮।୦୭: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବୁଧବାର ଏସିଆ କପ୍ ରଦ୍ଦ ହେବାର ଘୋଷଣା କରିଛନ୍ତି। ଏହି ଘୋଷଣା ଏସିଆନ କ୍ରିକେଟ୍ ପରିଷଦର ଜୁଲାଇ ୯ରେ ହେବାକୁ ଥିବା ବୈଠକର ଗୋଟିଏ ଦିନ ପୂର୍ବରୁ କରାଯାଇଛି।

ଗାଙ୍ଗୁଲି ଏହି ନିଷ୍ପତ୍ତି  ବିଷୟରେ ଅଧିକ ସୂଚନା ଦେଇନଥିଲେ  ବି କେବଳ ଏତିକି କହିଛନ୍ତି, ଏସିଆ କପ୍ ବାତିଲ୍  ହୋଇଛି। ଗାଙ୍ଗୁଲି ଏହା ମଧ୍ୟ କହି ନାହାନ୍ତି ଯେ, କଣ ଏହି ନିଷ୍ପତ୍ତି ଏସିଆ କ୍ରିକେଟ୍ ପରିଷଦ ନେଇଛି କି ନୁହେଁ। ସେ ସମାଚାର ଚ୍ୟାନେଲ୍‌ ଆଜତକ୍‌ ସହ ଇନଷ୍ଟାଗ୍ରାମ ଲାଇଭ ଚ୍ୟାଟ୍‌ରେ କହିଛନ୍ତି, ଏହା କହିବା ମୁସ୍କିଲ ଯେ, ଭାରତରେ ପ୍ରଥମ ଅନ୍ତରାଷ୍ଟ୍ରୀୟ ଶୃଙ୍ଖଳା ହେବ କି ନାହିଁ। ଆମେ ଅନ୍ତରାଷ୍ଟ୍ରୀୟ ମୁକାବିଲା ପାଇଁ ପ୍ରସ୍ତୁତ ମାତ୍ର ସରକାରଙ୍କ ନିୟମ  ବିଷୟରେ କିଛି କରି ପାରିବୁ ନାହିଁ। ଆମେ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବୁ ନାହିଁ। ଖେଳାଳିଙ୍କ ସ୍ଵାସ୍ଥ୍ୟ ଆମର ପ୍ରଥମ ପ୍ରାଥମିକତା। ମାସ ମାସ ଧରି ଆମେ ସ୍ଥିତି ଉପରେ ନଜର ରଖିଛୁ।

ଏହି ଟୂର୍ଣ୍ଣାମେଣ୍ଟ ୟୁନାଇଟେଡ୍ ଆରବ ଏମିରାଟ୍ସ(ୟୁଏଇ)ରେ ସେପ୍ଟେମ୍ବର ମାସରେ ହେବାର  ଥିଲା। ପାକିସ୍ତାନ ଏହି ଟୂର୍ଣ୍ଣାମେଣ୍ଟର ଆୟୋଜକ ଥିଲା, ମାତ୍ର ଭାରତ ପାକିସ୍ତାନ ଯିବାକୁ ମନା କରି ଦେଇଥିଲା। ଏହା ପରେ ଏହି ଟୂର୍ଣ୍ଣାମେଣ୍ଟର ଆୟୋଜନ ସ୍ଥଳ ପରିବର୍ତ୍ତନ ହୋଇଥିଲା। ଗାଙ୍ଗୁଲି ବିସିସିଆଇର ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି ଯେ, ଆଇସିସି ଦ୍ଵାରା ଚଳିତ ବର୍ଷ ଟି-୨୦ ବିଶ୍ଵକପ୍‌ ନିଷ୍ପତ୍ତି ହେବା ପରେ ଯାଇ ଆଇପିଏଲ ଆୟୋଜନ ହେବ କି ନାହିଁ ଜଣା ପଡିବ।

   Related Posts