Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଗାଙ୍ଗୁଲିଙ୍କୁ ହରାଇଲେ ଶାହ : ୧ ରନରେ ପରାସ୍ତ ହେଲା ଦାଦାଙ୍କ ଟିମ୍

4/12/2021 at 9:56 AM

ନୂଆଦିଲ୍ଲୀ, ୦୪/୧୨: ଶୁକ୍ରବାର ଏକ ପ୍ରଦର୍ଶନୀ ମୁକାବିଲାରେ ଦେଖିବାକୁ ମିଳିଥିଲା ସୌରଭ ଗାଙ୍ଗୁଲିଙ୍କ ଅଫସାଇଡ୍ ଡ୍ରାଇଭ୍ ଓ କ୍ରିଜ୍ ବାହାରକୁ ଆସି ବ୍ୟାଟିଂ କରିବାର ଷ୍ଟାଇଲ୍ । କିନ୍ତୁ ବାଜି ମାରିନେଲେ ବିସିସିଆଇ ସମ୍ପାଦକ ଜୟ ଶାହ । ପରାସ୍ତ ହେଲେ ସୌରଊ ଗାଙ୍ଗୁଲି । ମାତ୍ର ଏକ ରନରେ ହାରିଲା ଗାଙ୍ଗୁଲିଙ୍କ ଟିମ୍ ।

ସୂଚନାନୁସାରେ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ସାଧାରଣ ବୈଠକ ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ଇଡେନ୍ ଗାର୍ଡେନରେ ଏକ ୧୫ ଓଭରର ମ୍ୟାଚ୍ ଆୟୋଜିତ ହୋଇଥିଲା । ମୁକାବିଲାରେ ଷଷ୍ଠ ତମ ଓଭରରେ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ ସୌରଭ ଗାଙ୍ଗୁଲି । ସେ ୨୦ ବଲରୁ ୨ ଛକ୍କା ଓ ୪ ଚୌକା ସହ ୩୫ ରନ୍ କରିଥିଲେ । ମ୍ୟାଚର ନିୟମ ଅନୁସାରେ ତାଙ୍କୁ କିଛି ବଲ୍ ଖେଳି ରିଟାୟର ହେବାର ଥିଲା । ତେଣୁ ଟିମ୍ ୧ ରନରେ ପରାସ୍ତ ହୋଇଥିଲା ।

ଗାଙ୍ଗୁଲିଙ୍କ ହୋମ୍ ଗ୍ରାଉଣ୍ଡରେ ବିସିସିଆଇ ସମ୍ପାଦକ ଜୟ ଶାହ ନିଜ ସ୍ପିନ ବୋଲିଂର ଯାଦୁ ଦେଖାଇଥିଲେ । ସେ ୭ ଓଭରରେ ୫୮ ରନ୍ ଦେଇ ୩ ଓ୍ୱିକେଟ୍ ନେଇଥିଲେ । ତେଣୁ ଜିତିବା ସହଜ ହୋଇଥିଲା ।

ଜୟ ଶାହ ପ୍ରଥମେ ମହମ୍ମଦ ଆଝାରୁଦ୍ଦୀନଙ୍କ ଓ୍ୱିକେଟ୍ ଅକ୍ତିଆର କରିଥିଲେ । ସେ ୨ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।ଆହୁରି ମଧ୍ୟ ଗୋଆ କ୍ରିକେଟ୍ ଆସୋସିଏସନର ସୁରଜ ଲୋଟାଲିକରଙ୍କୁ ମଧ୍ୟ ଶାହ ଆଉଟ୍ କରିଥିଲେ । ଉତ୍ତର ବଙ୍ଗ କ୍ରିକେଟ୍ ସଙ୍ଘର ସଭାପତି ଅଭିଷେକ ଡାଲମିୟା ମଧ୍ୟ ଶାହଙ୍କ ଶିକାର ହୋଇଥିଲେ ।

ଗାଙ୍ଗୁଲି ଖେଳିଥିଲେ ବଡ ସଟ୍

ଗାଙ୍ଗୁଲି ମାତ୍ର ୨୦ ବଲରୁ ୩୫ ରନ୍ କରିଥିଲେ । ୨ ବଲରେ ସେ ନିଜ ପସନ୍ଦର ସଟ୍ ଖେଳିଥିଲେ । ଏପରିକି ଅଫସାଇଡ୍ ଡ୍ରାଇଭ୍ ମାରିଥିଲେ ।

ସୂଚନାଯୋଗ୍ୟ, ବିସିସଆଇର ଏଜିଏ ବୈଠକ ପୂର୍ବରୁ ଏହି ମୁକାବିଲା ଖେଳାଯାଇଥିଲା । ମୁହାଁମୁହିଁ ହୋଇଥିଲେ ଟିମ୍ ପ୍ରେସିଡେଣ୍ଟ୍ ଅର୍ଥାତ ସୌବ ଗାଙ୍ଗୁଲିଙ୍କ ଦଳ ଓ ଟିମ୍ ସେକ୍ରେଟାରୀ ଅର୍ଥାତ ଜୟ ଶାହଙ୍କ ଦଳ । ପ୍ରଥମେ ବ୍ୟାଟିଂ କରି ଜୟ ଶାହଙ୍କ ଟିମ୍ ୧୫ ଓଭରରେ ୧୨୮ ରନ୍ କରିଥିଲା । ଜବାବରେ ଗାଙ୍ଗୁଲିଙ୍କ ଟିମ୍ ୧୨୭ ରନ୍ କରିପାରିଥିଲା ।

   Related Posts