Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଧୋନୀଙ୍କୁ ଦଳରେ ସାମିଲ କରିବାକୁ ଚାହୁଁନଥିଲେ ଗାଙ୍ଗୁଲି, ୧୦ ଦିନ ବୁଝାଇବାକୁ ପଡିଥିଲା : ଟିମ ଇଣ୍ଡିଆର ପୂର୍ବତନ ଚୟନକର୍ତ୍ତାଙ୍କ ବଡ ଖୁଲାସା

2/06/2021 at 3:16 PM

ନୂଆଦିଲ୍ଲୀ ୦୬/ ୦୧ : ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ଏବଂ ଓ୍ବିକେଟକିପର ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଟିମ ଇଣ୍ଡିଆ ପକ୍ଷରୁ ଖେଳିବା ପୂର୍ବରୁ ଧୋନୀ ଘରୋଇ ମ୍ୟାଚ ଖେଳୁଥିଲେ ଏବଂ ଭଲ ପ୍ରଦର୍ଶନ ମଧ୍ୟ କରୁଥିଲା । ଘରୋଇ କ୍ରିକେଟରେ ବେଶ ନାଁ କରିଥିଲେ ସୁଦ୍ଧା ଟିମ୍‌ ଇଣ୍ଡିଆରେ ସାମିଲ ହେବାକୁ ବହୁ ସମସ୍ୟାର ସାମ୍ନା କରିଥିଲେ ମାହି । ସେ ଯେଉଁ ସମୟରେ ଭାରତ ପାଇଁ ଡେବ୍ୟୁ କରିଥିଲେ ସେତେବେଳେ ଭାରତୀୟ ଟିମରେ ଦୀପ ଦାସଗୁପ୍ତା, ଅଜୟ ରାତ୍ରା, ପାର୍ଥିବ ପଟେଲ ଏବଂ ଦିନେଶ କାର୍ତ୍ତିକଙ୍କ ଭଳି ଓ୍ବିକେଟ କିପର ସାମିଲ ଥିଲେ । କିନ୍ତୁ ଏମାନଙ୍କ ମଧ୍ୟରେ କେହି ବି ନିଜ ସ୍ଥାନ ପକ୍କା କରିପାରିନଥିଲେ ।କାରଣ ନିଜର ପ୍ରଭାବି ପ୍ରଦର୍ଶନ ବଳରେ ଦଳରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର ନରିନେଇଥିଲେ ମହେନ୍ଦ୍ର ସିଂ ଧୋନୀ ।

ଧୋନୀ ଟିମ ଇଣ୍ଡିଆରେ ସ୍ଥାନ ପାଇବା ଏତେଟା ସହଜ ସାଧ୍ୟ ନଥିଲା । ଏଥିପାଇଁ ବହୁ ଘାତ ପ୍ରତିଘାତର ସାମ୍ନା କରିଥିଲେ ମାହି । ଏହାକୁ ନେଇ ଏବେ ଆଉ ଏକ ବଡ ଖୁଲାସା ହୋଇଛି । ଧୋନୀଙ୍କୁ ଦଳରେ ସାମିଲ କରିବା ପାଇଁ ସେତେବେଳେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା କିରଣ ମୋରେଙ୍କୁ ବେଶ ଝାଳ ବୁହାଇବାକୁ ପଡିଥିଲା । ଯାହାକି ବର୍ତ୍ତମାନ ସାମ୍ନାକୁ ଆସିଛି । ଧୋନୀଙ୍କୁ ଦଳରେ ସାମିଲ କରିବା ପାଇଁ ସେତେବେଳେ ଭାରତୀୟ ଟିମ ଅଧିନାୟକ ଥିବା କିମ୍ବଦନ୍ତୀ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ୧୦ ଦିନ ଯାଏଁ ବୁଝାଇବାକୁ ପଡିଥିଲା । ଗାଙ୍ଗୁଲିଙ୍କୁ ବୁଝାଇଥିଲେ କିରଣ ମୋରେ । ଏହାପରେ ଯାଇ ଧୋନୀ ଟିମ ଇଣ୍ଡିଆରେ ସ୍ଥାନ ପାଇଥିଲେ ।
ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ଏହା କହିଛନ୍ତି ପୂର୍ବତନ ମୁଖ୍ୟ ଚୟନକର୍ତ୍ତା କିରଣ ମୋରେ ।ମୋରେ କହିଛନ୍ତି, ‘ଆମକୁ ଏଭଳି ଜଣେ ପ୍ରତିଭା ଆବଶ୍ୟକ ଥିଲା ଯେ କି ଓ୍ବିକେଟ କିପିଂ କରିବା ସହିତ ଆକ୍ରମଣାତ୍ମକ ବ୍ୟାଟିଂ ମଧ୍ୟ କରିପାରୁଥିବ ଏବଂ ଦଳରେ ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇପାରୁଥିବ । ଶେଷରେ ମହେନ୍ଦ୍ର ସିଂ ଧୋନୀ ହିଁ ମିଳିଥିଲେ ।’
୨୦୦୪ ମସିହାରେ ପ୍ରଥମେ ଧୋନୀଙ୍କ ପ୍ରତିଭା ସାମ୍ନାକୁ ଆସିଥିଲା । ଦିଲ୍ଲୀପ ଟ୍ରଫି ଫାଇନାଲ ମ୍ୟାଚରେ ଦଳର ଓ୍ବିକେଟ କିପର ଭାବେ ଭୂମିକା ତୁଲାଇଥିଲା ମାହି । ଫାଇନାଲ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ ସେ । ଧୋନୀ ପ୍ରଥମ ଇନିଂସରେ ୨୧ ଏବଂ ଦ୍ବିତୀୟ ଇନିଂସରେ ମାତ୍ର ୪୭ ବଲ ଖେଳି ୬୦ ରନ କରିଥଲେ । ଏହା ପରେ ଟ୍ରାଇ ସିରିଜରେ ମଧ୍ୟ ଧମାକାଦାର ପ୍ରଦର୍ଶନ କରିଥିଲା ମାହି । ଏହି ସିରିଜରେ ସେ ୬୦୦ ରନ କରିଥିଲା ଧୋନୀ । ଏହାପରେ ମହେନ୍ଦ୍ର ସିଂ ଧୋନୀ ଆଉ ପଛକୁ ଫରିନଥିଲେ ।

   Related Posts