ପୋଲିସ ନେଲା ବଦଲା : ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଭାଇ ଓ ମାମୁଁକୁ ଗୁଳି, ଗତକାଲି ବିକାଶ ଗ୍ୟାଙ୍ଗ ୮ ପୋଲିସକର୍ମୀଙ୍କୁ କରିଥିଲେ ହତ୍ୟା

Published By : Prameya-News7 Bureau | July 03, 2020 IST

କାନପୁର ୦୩/୦୭ : ଗୁରୁବାର ରାତିରେ ଉତ୍ତର ପ୍ରଦେଶ କାନପୁରରେ ଏକ ଅପରେସନ ବେଳେ ପୋଲିସ ଉପରକୁ ଫାଇରିଙ୍ଗ କରିଥିଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ | ଫାଇରିଙ୍ଗରେ ଜଣେ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ ସମେତ ୮ ଜଣ ପୋଲିସକର୍ମୀ ନିହତ ହୋଇଛନ୍ତି | ଅନେକ ପୋଲିସକର୍ମୀ ଆହତ ମଧ୍ୟ ହୋଇଛନ୍ତି | ଫାଇରିଙ୍ଗ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା | ହିଷ୍ଟ୍ରିସିଟର ବିକାଶ ଦୁବେ ବିରୋଧରେ ପୂର୍ବରୁ ୬୦ଟି ଅପରାଧିକ ମାମଲା ରହିଛି | ୧୯ ବର୍ଷ ପୂର୍ବରୁ ୨୦୦୧ ମସିହାରେ ସେ ଥାନାରେ ପଶି ରାଜ୍ୟମନ୍ତ୍ରୀ ସନ୍ତୋଷ ଶୁକ୍ଲାଙ୍କୁ ହତ୍ୟା କରିଥିଲେ | ହମଲାରେ ମନ୍ତ୍ରୀଙ୍କ ସମେତ ୨ ପୋଲିସକର୍ମୀ ମଧ୍ୟ ନିହତ ହୋଇଥିଲେ | ଏହାପରେ ସେ ରାଜନୀତିରେ ପ୍ରବେଶ କରିଥିଲା | ନଗର ପଞ୍ଚାୟତ ନିର୍ବାଚନ ମଧ୍ୟ ଜିତିଥିଲେ | ବିକାଶ ଦୁବେ ଅନେକଥର ଗିରଫ ମଧ୍ୟ ହୋଇଛି | ରାହୁଲ ତିୱାରୀ ନାମକ ଯୁବକ ଵିକେଶ ଦୁବେ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜ୍ଜୁ କରିଥିଲେ | ଏହାପରେ ପୋଲିସ ବିକାଶ ଦୁବେର ଗାଁ ବିକୃ ଅଞ୍ଚଳରେ ଚଢ଼ାଉ କରିଥିଲା |

{"id":295208,"sizeSlug":"large"}

ସୂଚନାଯୋଗ୍ୟ ଯେ ପୋଲିସ ଗୁଳିରେ ବିକାଶ ଦୁବେର ଭାଇ ଓ ମାମୁଁ ନିହତ ହୋଇଛନ୍ତି | ପୋଲିସ କାନପୁର, କନୌଜ, ଫରୁଖାବାଦ, ଇଟାବା, ଓରେୟାର ସମସ୍ତ ସୀମା ସିଲ କରିଛି | ଜିଟି ରୋଡ଼ ସ୍ଥିତ ଗାଁରେ ଫାଇରିଙ୍ଗ ଘଟଣା ପରେ ଜିଟି ରୋଡ଼ର ବିଭିନ୍ନ ସ୍ଥାନରେ ବେରିଅର ଲଗାଇ ତଲାସୀ କରାଯାଉଛି | ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି | ଅପରାଧୀ ଘରକୁ ପୋଲିସ ଚାରିପଟେ ପୋଲିସ ନିୟୋଜିତ କରାଯାଇଛି |

{"id":295209,"sizeSlug":"large"}

ଶୁକ୍ରବାର ସକାଳୁ ପୋଲିସ ବିକାଶ ଦୁବେର ଭଉଣୀ ଜ୍ୱାଇଁ ଦୀନେଶ ତିୱାରୀକୁ ଅଟକ ରଖି ପଚରାଉଚୁରା କରୁଛି | ଦୀନେଶ ଘରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ଦୀନେଶ ଓ ତାଙ୍କ ପରିବାରର ଗତିବିଧି ଉପରେ ନଜର ରଖିଛି |

{"id":295210,"sizeSlug":"large"}

ଆଇନ ଶୃଙ୍ଖଳା ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ଯେ, ଗୁରୁବାର ରାତିରେ ବିକାଶ ଦୁବେ ଘରକୁ ଯାଇଥିବା ପୋଲିସକର୍ମୀଙ୍କୁ ଗୁଣ୍ଡମାନେ ଆକ୍ରମଣ କରିଥିଲେ | ପୋଲିସ ଟିମ ବିନା ପ୍ରସ୍ତୁତିରେ ଚଢ଼ାଉ କରିବାକୁ ଯାଇଥିଲେ | ପୋଲିସ ଜାଣିନଥିଲା ବିକାଶ ଓ ତା ସହଯୋଗୀ ଘର ଭିତରେ ଅଛନ୍ତି | ପୋଲିସର ଏହି ଭୁଲ ପୋଲିସ ଟିମକୁ ଭାରି ପଡିଥିଲା | ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦେଶରେ ଲଖନଉ ପ୍ରଶାନ୍ତ କୁମାର ସିଧା ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ | ପ୍ରଶାନ୍ତ କୁମାର କହିଛନ୍ତି ଯେ ଏହି ମାମଲାରେ ପୋଲିସ ତରଫରୁ ଭୁଲ ହୋଇଛି | ସେ ଶୀଘ୍ର ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି | ମାମଲାର ଉଚ୍ଚ ସ୍ଥରୀୟ ତଦନ୍ତ ହେବ | ଏସଟିଏଫ ସହିତ ଅନେକ ଟିମ ମାମଲାର ତଦନ୍ତ କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.