Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ବିକାଶ ଦୁବେକୁ ପ୍ରଭାବିତ କରିଥିଲେ ଅର୍ଜୁନ ପଣ୍ଡିତ : କିଏ ସେ.. ୧୦୦ଥର କ’ଣ ଦେଖିଥିଲା ଗ୍ୟାଙ୍ଗଷ୍ଟର

10/07/2020 at 12:16 PM

କାନପୁର ୧୦/୭: କାନପୁରର କୁଖ୍ୟାତ ଅପରାଧି ବିକାଶ ଦୁବେର ଅପରାଧ ଘଟାଇବାର ପ୍ରକ୍ରିୟା ୧୯୯୯ମସିହାରେ ଆସିଥିବା ବଲିଉଡ ଫିଲ୍ମ ଅର୍ଜୁନ ପଣ୍ଡିତ ଦ୍ବାରା ପ୍ରଭାବିତ ଥିଲା। ବିକାଶ ଦୁବେ ଅଭିନେତା ସନି ସେଓଲଙ୍କ ଫିଲ୍ମ ଅର୍ଜୁନ ପଣ୍ଡିତ ରୁ ଅଧିକ ପ୍ରଭାବିତ ଥିଲା ଏବଂ ନିଜ ଜୀବନରେ ଅନେକ ଥର ଏହି ଫିଲ୍ମକୁ ଦେଖି ସାରିଥିଲା।

ଫିଲ୍ମରୁ ସାଙ୍କେତିକ ଶବ୍ଦ ନେବା ପରେ ଦୁବେ,ବିକାଶ ପଣ୍ଡିତ ହୋଇ ଯାଇଥିଲା ଏବଂ ନିଜ ରାଜନୈତିକ ସମୂହରେ ମଧ୍ୟ ପଣ୍ଡିତ ନାଁରେ ଜଣା ଯାଉଥିଲା।

ବଲିଉଡ ଫିଲ୍ମରେ ଦେଖାଯାଇଛି ଯେ କିପରି ଅର୍ଜୁନ ପଣ୍ଡିତ ଅର୍ଥାତ୍ ସନି ଦେଓଲ୍ ସତ୍ତାଧାରୀ ଏବଂ ଶକ୍ତିଶାଳୀ ଲୋକଙ୍କ ହାତ ବାରିଷି ହୋଇଥିଲା, ଯାହା ଦ୍ବାରା ସେ ନିଜ ଆଖି ଆଗରେ ଅପରାଧକୁ ଦେଖି ମଧ୍ୟ ଚୁପ୍ ରହୁଥିଲା। ଏହା ପରେ ଅର୍ଜୁନକୁ ନିଶା ନାମ୍ନୀ ଜଣେ ଯୁବତୀ ସହ ପ୍ରେମ ହେଉଛି। ପ୍ରେମରେ ଧୋକା ପାଇବା ପରେ ସେ କ୍ରୃର ଅପରାଧି ହୋଇ ଯାଉଛି।

ବିକାଶ ଦୁବେ ଏହି ଫିଲ୍ମର ବହୁତ ବଡ଼ ଫ୍ୟାନ୍ ଥିଲା ଏବଂ ଏହି ଫିଲ୍ମକୁ ୧୦୦ରୁ ଅଧିକ ଥର ଦେଖିଥିଲା। ସ୍ଥାନୀୟ ସାମ୍ବାଦିକ ଏ ବିଷୟରେ ସୂଚନା ଦେଇଥିଲେ। ବିକାଶ ଦୁବେ ପୀଡ଼ିତ ବ୍ୟକ୍ତିଙ୍କୁ ଡାକୁଥିଲା ଏବଂ ନିଜକୁ ପଣ୍ଡିତ କହି ପରିଚୟ ଦେଉଥିଲା।

କାନପୁର ଟୋଲ୍ ପ୍ଲାଜାରୁ ୨୫କିଲୋମିଟର ଆଗରେ ବିକାଶ ଦୁବେକୁ ଏନକାଉଣ୍ଟର କରି ଦିଆଯାଇଛି। ଉତ୍ତର ପ୍ରଦେଶ ଏସଟିଏଫ ଟିମ୍ ବିକାଶ ଦୁବେକୁ ନେଇ କାନପୁର ଆସୁଥିବାବେଳେ ରାସ୍ତାରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ବିକାଶ ଦୁବେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହା ପରେ ଏସଟିଏଫ ଟିମ୍ ବିକାଶ ଦୁବେକୁ ଗୁଳି କରି ଏନକାଉଣ୍ଟର କରିଥିଲା।

   Related Posts