ପୁଣି ୨ ଦିନିଆ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ଟିଟୋ

Published By : Prameya-News7 Bureau | August 25, 2018 IST

ପୁଣି ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ଟିଟୋ । ୨ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି ସାଲେପୁର ଜେଏମ୍ ଏଫ୍ ସି । ଜଗତପୁର ତାହିର ଅଲ୍ଲି ଗୁଳିକାଣ୍ଡ ମାମଲାରେ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା କମିଶନରେଟ ପୋଲିସ । ହେଲେ ଆଜି ଏବଂ କାଲି ଦୁଇ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ଆଜି କଡା ସୁରକ୍ଷା ବଳୟ ମଧ୍ୟରେ ସାଲେପୁର କୋର୍ଟରେ ହାଜର କରାଯାଇଥିଲା ।ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବାଟୁ ପାଣିର ଭାଇ ଓ ଅନ୍ୟ ଜଣେ ସହଯୋଗୀକୁ ଗିରଫ କରିଛି ଏସଟିଏଫ | ବାଟୁ ପାଣିର ଭାଇ ନବ ପାଣିକୁ ନୟାଗଡର ଏକ ହୋଟେଲରୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ | ନୟାଗଡ଼ରେ ଚଢ଼ାଉ ବେଳେ ୨ଟି ୧୦ ଚକିଆ ଟ୍ରକ ଜବତ କରାଯାଇଛି | ଗ୍ୟାଙ୍ଗଷ୍ଟର ଟିଟୋର ଗୋରୁ ଚାଲାଣର ଛେରା ନୟାଗଡ଼କୁ ଲମ୍ବିଚି | ଟିଟୋର ସହଯୋଗୀ ବାଟୁ ପାଣିକୁ ଏସଟିଏଫ ଧରିବା ପରେ ଗୋରୁ ଚାଲାଣର ଗୁମର ଫିଟିଛି | ବାଟୁ ପାନିଠାରୁ ମିଳିଥିବା ତଥ୍ୟ ଆଧାରରେ ବିଭିନ୍ନ ସ୍ଥାନେର କ୍ରାଇମବ୍ରାଞ୍ଚ ଟିମ ଚଢ଼ାଉ କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.