ମାର୍ଶାଘାଇ ଥାନାରେ ଗ୍ୟାଙ୍ଗଷ୍ଟର ଟିଟୋ
Published By : Prameya-News7 Bureau | August 07, 2018 IST
ମାର୍ଶାଘାଇ ଥାନାରେ ଗ୍ୟାଙ୍ଗଷ୍ଟର ଟିଟୋ । ଆଉ ଗୋଟିଏ ଦିନ ପାଇଁ ଟିଟୋକୁ ରିମାଣ୍ଡରେ ଆଣିଛି ମାର୍ଶାଘାଇ ପୋଲିସ । ତୁଳସୀପୁର ବାଲି ଖାଦାନ ଓ ୨୦୧୫ରେ ରାଜେଶ ବେହେରାଙ୍କୁ ହତ୍ଯା ମାମଲାରେ ଅଧିକ ଖୋଲତାଡ କରୁଛି ପୋଲିସ । କେନ୍ଦ୍ରାପଡା ପୋଲିସ ଟିଟୋକୁ ୨ ଦିନ ପାଇଁ ରିମାଣ୍ଡରେ ଆଣିଥିବା ବେଳେ ଗତକାଲି ମାର୍ଶାଘାଇ ପୋଲିସ ଗୋଟିଏ ଦିନ ପାଇଁ ରିମାଣ୍ଡରେ ନେଇଥିଲା । ତେବେ ଅଧିକ ତଥ୍ୟ ହାସଲ ପାଇଁ ଆଜି ପୁଣି ଥରେ ରିମାଣ୍ଡରେ ନେଇଛି ମାର୍ଶାଘାଇ ପୋଲିସ ।
କେନ୍ଦ୍ରାପଡା ପୋଲିସ ଦୁଇ ଦିନ ପାଇଁ ଟିଟୋକୁ ରିମାଣ୍ଡରେ ଆଣିଥିବା ବେଳେ ମାର୍ଶାଘାଇ ପୋଲିସ ଗୋଟିଏ ଦିନ ପାଇଁ ଟିଟୋକୁ ରିମାଣ୍ଡରେ ଆଣିଥିଲା ।କାରଣ ମାର୍ଶାଘାଇର ବାଲିକଷ୍ଠି ଓ ମଙ୍ଗଳା ଛକ ରେ ବେଆଇନ ଭାବେ ଦୁଇଟି ବାଲି ଖାଦାନ ଗଡିଉଠିଥିବା ସହିତ ଦିନ ଦୁଇପ୍ରହରରେ ରାଜରାସ୍ତା ଉପରେ ଗୁଳି ,ବୋମାମାଡ ଭଳି ଘଟଣାର ଖୁଲାସା ପାଇଁ ଟିଟୋକୁ ରିମାଣ୍ଡରେ ଆଣିଥିଲା ମାର୍ଶାଘାଇ ପୋଲିସ।
ରିମାଣ୍ଡରେ ନେବା ପାଇଁ କେନ୍ଦ୍ରାପଡା ଏସ୍ଡ଼ିଜେଏମ କୋର୍ଟରେ ପୋଲିସ ପକ୍ଷରୁ ଆବେଦନ କରାଯାଇଥିଲା | ଗତକାଲି କେନ୍ଦ୍ରାପଡା ଏସ୍ଡ଼ିଜେଏମ ଅଦାଲତ ରିମାଣ୍ଡ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ |