Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ
  • ||
  • କରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହେଲା ନୋଟିସ, ସନ୍ଧ୍ୟା ୭ଟା ୩୦ ସୁଦ୍ଧା ହଷ୍ଟେଲ ଫେରିବାକୁ ଛାତ୍ରଙ୍କୁ ନିର୍ଦ୍ଦେଶ
  • ||
  • ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ର ମୃତ ! ନର୍ସ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାପା
  • ||
  • ଓଲଟି ପଡିଲା ପ୍ରିନ୍ସ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ୪୬ ଯାତ୍ରୀ
  • ||
  • ଷ୍ଟିୟରିଂ ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ଓଲଟି ପଡିଲା ଟ୍ରକ, ୬ ଶ୍ରମିକ ମୃତ
  • ||

ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତକୁ ୫ବର୍ଷ ଜେଲଦଣ୍ଡ

20/08/2018 at 4:10 PM

କଟକ ୨୦/୮ : ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ଦୋଷୀ ସାବ୍ୟସ୍ତ । ଆଜି ସୁଶାନ୍ତ ଧଳସାମନ୍ତଙ୍କ ନାଁରେ ବିଡାନାସୀ ଥାନାରେ ଥିବା ୨ଟି ମାମଲାର ଶୁଣାଣି କରି କଟକ ସିଜେଏମ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୧୯୯୯ମସିହାରେ ହୋଇଥିବା ଗୁଳିକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସୁଶାନ୍ତ। ବେଆଇନ ବନ୍ଧୁକ କରବାର ମାମଲାରେ ଦୋଷୀ ସାବ୍ୟସ୍ତ । ଗୋଟିଏ ମାମଲାରେ ୫ବର୍ଷ ଜେଲ୍ ଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ଏବଂ ଅନ୍ୟ ମାମଲାରେ ୪ବର୍ଷ ଜେଲ୍ ଦଣ୍ଡ ସହ ୨୫ହଜାର ଟଙ୍କାର ଜରିମାନା ଶୁଣାଇଛନ୍ତି କୋର୍ଟ । ୨୦୧୬ ମସିହା ଜାନୁଆରୀ ୨୯ତାରିଖରେ ଦୁଇ ଗ୍ୟାଙ୍ଗଷ୍ଟର ଭାଇ ସୁଶୀଲ ଧଳସାମନ୍ତ ଓ ସୁଶାନ୍ତ ଧଳସାମନ୍ତଙ୍କୁ ଗିରଫ କରିଥିଲା କମିଶନରେଟ ପୁଲିସ । ଦୁଇ ମୋଷ୍ଟ ଓ୍ବାଣ୍ଟେଡ ଭାଇ ହତ୍ୟାକାଣ୍ଡ, ବଟି ଆଦାୟ, ଅସ୍ତ୍ରଶସ୍ତ୍ର କାରବାର, ରାଜ୍ୟରେ ଟେଣ୍ଡର ଫିକ୍ସିଂ ଭଳି ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ଥିଲେ । ୨୦୦୯ ମସିହା ଡିସେମ୍ବର ୧୧ରେ ନୂଆବଜାର ଡବଲ ମର୍ଡର, ବିଡାନାସୀ ହତ୍ୟାକାଣ୍ଡ, ଲାଲବାଗ୍ ଥାନା ଅଞ୍ଚଳରେ ହତ୍ୟା ଉଦ୍ୟମ ଏବଂ ଡକାୟତି ଆଦି ବିଭିନ୍ନ ଘଟଣାରେ ସଂପୃକ୍ତ ଥିଲେ । ଉଭୟଙ୍କୁ ଗିରଫ କରି ଚୌଦ୍ବାର ଜେଲ୍ ରେ ରଖିଥିଲା ପୁଲିସ । ପରେ ସୁରକ୍ଷା ଦୃଷ୍ଟିରୁ ଅଲଗା ଅଲଗା ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ମାର୍ଚ୍ଚ ମାସରେ ଝାରପଡା ଜେଲରୁ ସୁଶାନ୍ତ ଧଳସାମନ୍ତଙ୍କୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରିଥିଲା କମିଶନରେଟ୍ ପୁଲିସ ।

   Related Posts