Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପୁଣି ପୋଲିସ କବ୍‌ଜାରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ, ଜାମିନ ନାମଞ୍ଜୁର ପରେ ଗଲା ଚୌଦ୍ବାର ଜେଲ୍

14/11/2019 at 4:35 PM

କଟକ ୧୪।୧୧: ପୁଣି ପୋଲିସ କବଜାରେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ । ରାଜାକୁ ଗତକାଲି ବରଗଡରୁ ମାଲଗୋଦାମ ଥାନା ପୋଲିସ ଏକ ଓ୍ବାରେଣ୍ଟ ବଳରେ ଉଠାଇ ଆଣିଥିଲା । ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ଚୌଦ୍ବାର ଜେଲକୁ ପଠାଇଦେଇଛି ପୋଲିସ । ୨୦୦୪ ମସିହାରେ ଯୋବ୍ରାରେ ରହୁଥିବା ସେତେବେଳର ଦୁର୍ଦ୍ଦାନ୍ତ ଅପରାଧୀ ଅନୀଲ ଛୋଟରାୟକୁ ଗୁଳି କରି ହତ୍ୟା ଉଦ୍ୟମ ଅଭିଯୋଗରେ ରାଜା ନାମରେ ରହିଥିଲା ମାମଲା । ତେବେ ସେହି ମାମଲାରେ ରାଜା ନାମରେ ଓ୍ବାରେଣ୍ଟ ଜାରି କରିଥିଲେ କୋର୍ଟ ।

କିଛି ମାସ ବାହାର ଦୁନିଆ ଦେଖିବା ପରେ ପୁଣି ଏବେ ଜେଲର ଚାରିକାନ୍ଥ ଦେଖିଛି ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ । ୨୦୦୪ ମସିହାରେ ଏକ ହତ୍ୟା ଉଦ୍ୟମ ଘଟଣାରେ ରାଜା ନାମରେ ଓ୍ବାରେଣ୍ଟ ଜାରି କରିଥିଲେ ସିଜେଏମ କୋର୍ଟ । ଆଉ କୋର୍ଟର  ସମନ ପାଇବା ପରେ ମାଲଗୋଦାମ ଥାନା ପୋଲିସ ଭୁବନେଶ୍ବର ବରଗଡରୁ ଉଠାଇ ଆଣିଥିଲା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ।

ଗତକାଲିଠାରୁ ଏକ ଅଜ୍ଞାତ ସ୍ଥାନରେ ରଖି ମାଲଗୋଦାମ ଥାନା ପୋଲିସ ଜେରା କରିଥିବା ବେଳେ ଆଜି ତାକୁ କୋର୍ଟରେ ହାଜର କରାଇଥିଲା ପୋଲିସ । ତେବେ ଜାମିନ ନାମଞ୍ଜୁର ହେବାରୁ ତାକୁ ଚୌଦ୍ବାର ଜେଲକୁ ପଠାଇ ଦେଇଛି ପୋଲିସ ।

୨୦୦୪ ମସିହା ଦୁର୍ଦ୍ଦାନ୍ତ ଅପରାଧୀ କଟକ ଯୋବ୍ରା ଅଞ୍ଚଳର ଅନୀଲ ଛୋଟରାୟ ଉପରେ ହୋଇଥିଲା ଗୁଳି ମାଡ । ଗୁଳି ମାଡରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଲେ ଟେଣ୍ଡର ବିବାଦକୁ ନେଇ ରାଜା ଆଚାର୍ଯ୍ୟ ହତ୍ୟା ଉଦ୍ୟମ କରିଥିବା ନେଇ ହୋଇଥିଲା ଅଭିଯୋଗ । ପରେ ଜୁଡୋ କୋଚ୍ ବିରଞ୍ଚି ହତ୍ୟାକାଣ୍ଡ ଘଟଣାରେ ରାଜା ଗିରଫ ହୋଇ ଗତ କିଛି ମାସ ହେବ ଜେଲରୁ ମୁକୁଳିଥିଲା । ହେଲେ ଜେଲରୁ ମୁକୁଳିବା ପରେ ହୁଏତ ରାଜା ନିଜର ନେଟଓ୍ବର୍କ ଆହୁରି ମଜବୁତ କରୁଥିବା ପୋଲିସ ନଜରକୁ ଆସିଥିଲା । ସେଥିପାଇଁ ପୋଲିସ କୋର୍ଟକୁ ଅବଗତ କରାଇବା ସହ ଓ୍ବାରେଣ୍ଟ ବଳରେ ଗିରଫ କରାଯାଇଥିବା ଚର୍ଚ୍ଚା ହେଉଛି ।

ରାଜା ଏବେ ଚୌଦ୍ବାର ଜେଲର ରହିବ ସତ, ହେଲେ ଯାହା ପୋଲିସ ସୂତ୍ରରୁ ଶୁଣିବାକୁ ମିଳୁଛି ଯେ ରାଜା ନାମରେ ଏସଟିଏଫ ବା ସ୍ପେଶାଲ ଟାସ୍କ ଫୋର୍ସରେ ଥିବା ମାମଲାରେ ଯୋଡିବା ସହ ଅଧିକ ଖୋଳତାଡ କରିବା ପାଇଁ ରିମାଣ୍ଡ ଆବେଦନ କରିବ ।

   Related Posts