ପୋଲିସ ରିମାଣ୍ଡରେ ଗ୍ୟାଙ୍ଗଷ୍ଟାର ତପୁ ଓରଫ୍ ପ୍ରଶାନ୍ତ ଦାଶ : ଓଗାଳୁଛି କଟକ-ଭୁବନେଶ୍ବର ଓ ଜଗତସିଂହପୁରରେ ସେ ଚଳାଇଥିବା କ୍ରାଇମ୍ ସିଣ୍ଡିକେଟ୍‌ର ଗୁମର କଥା

Published By : Prameya-News7 Bureau | January 09, 2019 IST

କଟକ ୯|୧ : ପୁଲିସ ରିମାଣ୍ଡରେ ଗ୍ୟାଙ୍ଗଷ୍ଟାର ତପୁ ଓରଫ୍ ପ୍ରଶାନ୍ତ ଦାଶ । ତପୁର ଆର୍ଥିକ କାରବାର, ଅପରାଧିକ ସାମ୍ରାଜ୍ୟ ଓ ବେଆଇନ୍ ଅସ୍ତ୍ରଶସ୍ତ୍ର ନେଇ କମିଶନରେଟ ପୋଲିସ ଖୋଳତାଡ କରୁଛି । ଦୁଇ ଦିନିଆ ପୋଲିସ ରିମାଣ୍ଡରେ ରହି ତପୁ ଓଗାଳୁଛି ତା କ୍ରାଇମ ପ୍ଲଟର ଭିତିରି କଥା ।

{"id":72033}

ପୁଲିସ ରିମାଣ୍ଡରେ ଗ୍ୟାଙ୍ଗଷ୍ଟାର ତପୁ ଓରଫ୍ ପ୍ରଶାନ୍ତ ଦାଶ । ତପୁକୁ ଦୁଇ ଦିନିଆ ରିମାଣ୍ଡରେ ନେଇ ମାରାଥନ୍ ଜେରା କରୁଛି ସଦର ଥାନା ପୁଲିସ । ବିଶେଷକରି ତପୁର ଆର୍ଥିକ କାରବାର, ଅପରାଧିକ ସାମ୍ରାଜ୍ୟ ଓ ବେଆଇନ ଅସ୍ତ୍ରଶସ୍ତ୍ର ନେଇ ଖୋଳତାଡ କରୁଛି କମିଶନରେଟ୍ ପୁଲିସ । ଭୁବନେଶ୍ବରରୁ ଜଗତସିଂହପୁର ଭାୟା କଟକ ଦେଇ ଲମ୍ବିଥିଲା ତପୁର କ୍ରାଇମ୍‌ କ୍ୟାଲେଣ୍ଡର । ପୁଲିସ ରିମାଣ୍ଡରେ ରହି ତପୁ ଉଗାଳୁଛି ତା କ୍ରାଇମପ୍ଲଟ୍‌ର ଭିତିର କଥା । ବିହାରରୁ ବନ୍ଧୁକ ଆଣି ବିଭିନ୍ନ ସମୟରେ ଅପରାଧ କରୁଥିବା ଜେରା ବେଳେ ମାନିଛି ତପୁ ।

{"id":72034}

ଗତ ହୋଲି ସମୟରେ ପ୍ରତାପନଗରୀ ଧାକୁଲେଇ ପୀଠରେ ତପୁ ଓ ତାର ସହଯୋଗୀ ଗୁଳିକାଣ୍ଡ ଘଟାଇ ଫେରାର୍ ହୋଇଯାଇଥିଲେ । ଗତ ୨୭ ତାରିଖରେ ଭୁବନେଶ୍ବରରୁ ଉଠାଇ ଆଣିଥିଲା କଟକ ସ୍ପେଶାଲ୍ ସ୍କ୍ବାର୍ଡ୍ । ଗୁରୁବାର ତପୁର ରିମାଣ୍ଡ ଅବଧି ଶେଷ ହେବ ।

କଟକ-ଭୁବନେଶ୍ବର ଓ ଜଗତସିଂହପୁରରେ ତପୁ ଚଳାଇଥିଲା ନିଜର କ୍ରାଇମ ସିଣ୍ଡିକେଟ୍ । ଏହି ସିଣ୍ଡିକେଟ୍‌ରେ କିଏ ସବୁ ତପୁର ଡାହାଣ ହାତ ହୋଇଥିଲେ ଆଉ କେମିତି ହେଉଥିଲା କ୍ରାଇମ ପ୍ଲଟ୍ ସେନେଇ ପୁଲିସକୁ ବହୁ ତଥ୍ୟ ମିଳିବ ବୋଲି ଆଶା ରଖିଛି କମିଶନରେଟ୍ ପୁଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.