Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

ଅସୁସ୍ଥ ଗ୍ୟାଙ୍ଗଷ୍ଟାରଙ୍କ ମଉଜ ମସ୍ତିକୁ ନେଇ ଚର୍ଚ୍ଚା: ଚିକିତ୍ସା ପାଇଁ ଜାମିନରେ ଆସିଥିଲେ, କିନ୍ତୁ ବନ୍ଧୁମାନଙ୍କ ସହ କରୁଥିଲେ ପାର୍ଟି

11/08/2020 at 3:48 PM

ନୂଆଦିଲ୍ଲୀ ୧୧।୦୮: ସ୍ଥାନୀୟ ଗ୍ୟାଙ୍ଗଷ୍ଟାର ସନି ଆଲିୟାସ ନନ୍ଦୀ ସ୍ଵାସ୍ଥ୍ୟଗତ ଚିକିତ୍ସା ପାଇଁ ଅନ୍ତରୀଣ ଜାମିନରେ ଜେଲରୁ ମୁକୁଳିଛି। ହେଲେ ଏହି ଗ୍ୟାଙ୍ଗଷ୍ଟାର ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଦ୍ଵାରକାରେ ୪୦ ଜଣ ଲୋକଙ୍କ ସହିତ ପାର୍ଟି କରୁଥିବା ଦେଖିବାକୁ ମଳିଛି। ପୋଲିସ ଖୋଦ୍ ସୋମବାର ଏହାର ସୂଚନା ଦେଇଛି।

ଶନିବାର ପୋଲିସକୁ ସୂଚନା ମିଳିଥିଲା ଯେ, ଦ୍ଵାରକାର ପୋଛନପୁର ଗାଁର ଶ୍ରୀ ଶ୍ୟାମ ବାଟିକାରେ ଏହି ପାର୍ଟି ଆୟୋଜନ ହୋଇଥିଲା। ଏହାର ଆୟୋଜନ ସନିର ସହଯୋଗୀମାନେ କରିଥିଲେ। ଆଉ ସେହି ଦିନ ଗ୍ୟାଙ୍ଗଷ୍ଟାର ଜେଲ୍‌ରୁ ହିଁ ଅନ୍ତରୀଣ ଜାମିନରେ ମୁକୁଳିଥିଲା। ସନି ଏକ ହତ୍ୟାକାଣ୍ଡର ଆସାମୀ।

ସୂଚନା ମିଳିବା ମାତ୍ରେ ପୋଲିସ ଉକ୍ତ ପାର୍ଟି ଉପରେ ଚଢାଉ କରି ୩୭ ଜଣଙ୍କୁ ଧରିଛି। କିନ୍ତୁ ସନି ଏବଂ ଅନ୍ୟ କିଛି ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିବା ପୋଲିସ କହିଛି। ପୋଲିସ ମହେଶ ସେରାଓ୍ଵତ(୨୪), କେଶବ ଲାମ୍ବା(୨୬), ବିରଜୁ(୩୧), ନୀରଜ(୨୮) ଓ ସାଜନ(୨୬)ଠୁ ବନ୍ଧୁକ ଜବତ କରିଛି। ଏହି ପାଞ୍ଚ ଜଣଙ୍କ ନାମରେ ପୂର୍ବରୁ ଥାନାରେ ଅପରାଧିକ ମାମଲା ରହିଛି।

ଏହି ସବୁ ଗ୍ୟାଙ୍ଗଷ୍ଟାର ନଜଫଗଡର ମିଟ୍ରନ ଗାଁର ନବୀନ ଖଟି ଗ୍ୟାଙ୍ଗର ସଦସ୍ୟ। ଏମାନେ ସବୁ ସନି ଜେଲ୍‌ରୁ ମୁକୁଳିବା ଖୁସିରେ ଏହି ପାର୍ଟି ଆୟୋଜନ କରିଥିଲେ ବୋଲି ପୋଲିସ କହିଛି।

   Related Posts