ମୋଷ୍ଟ ଓ୍ବାଣ୍ଟେଡ୍‌ ଅପରାଧୀ ସହ ଲେଡି ଡନ୍‌ ଗିରଫ, ଗ୍ୟାଙ୍ଗଷ୍ଟର ପ୍ରେମିକର ଏନକାଉଣ୍ଟର ପରେ କାଲା ଜଠେଡିର ସାଜିଥିଲା ଶଯ୍ୟା ସଙ୍ଗିନୀ, କରୁଥିଲା ଗ୍ୟାଙ୍ଗ ଅପରେଟ୍‌

Published By : Prameya-News7 Bureau | July 31, 2021 IST

ଜୟପୁର ୩୧/୭: ପୋଲିସ ପଞ୍ଝାରେ କୁଖ୍ୟାତ ଲେଡି ଡନ୍‌ । ଶନିବାର ଦିଲ୍ଲୀ ପୋଲିସ ଡନ୍‌ ଅନୁରାଧାକୁ ଗିରଫ କରିଛି। ଗ୍ୟାଙ୍ଗଷ୍ଟର କାଲା ଜଠେଡି ସହ କଳା ସାମ୍ରାଜ୍ୟର ରାଣୀକୁ ମଧ୍ୟ ଗିରଫ କରାଯାଇଛି । ଉତ୍ତରାଖଣ୍ଡରୁ ଫେରୁଥିବା ବେଳେ ଉତ୍ତରପ୍ରଦେଶର ସହାରନପୁରରେ ଠାରେ ଧରାପଡ଼ିଛନ୍ତି ଦୁଇ ଅପରାଧୀ। ସେମାନଙ୍କ ପାଖରୁ ପୋଲିସ ପିସ୍ତଲ ମଧ୍ୟ ଜବତ କରିଛି।  ଜଠେଡି ସହ ଅନୁରାଧା ୯ ମାସ ହେଲା ଲିଭ୍‌ ଇନ୍‌​‌ରେ ରହୁଥିଲା ଏବଂ ତାର ପୂରା ଗ୍ୟାଙ୍ଗକୁ ଅପରେଟ୍‌ କରୁଥିଲା । ଜଠେଡି ଉପରେ ଲାଗିଥିଲା ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି। ତା ବିରୋଧରେ ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ଅନେକ ମାମଲା ରହିଛି ।

{"id":488868,"sizeSlug":"full","linkDestination":"none"}

ଗ୍ୟାଙ୍ଗଷ୍ଟର ଆନନ୍ଦପାଲର ଗର୍ଲଫ୍ରେଣ୍ଡ ଥିଲା ଅନୁରାଧା
ଅନୁରାଧା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଆନନ୍ଦପାଲ ଗ୍ୟାଙ୍ଗରେ ସାମିଲ ହୋଇଥିଲା। ସେ ଆନନ୍ଦପାଲର ପ୍ରେମିକା ଥିଲା। ଏହି ସମୟରେ ଅନୁରାଧା ଚର୍ଚ୍ଚାକୁ ଆସିଥିଲା। ଆନନ୍ଦପାଲ୍‌ର ଏନକାଉଣ୍ଟର ହେବା ପରେ ସେ ଫେରାର ହୋଇଯାଇଥିଲା। ଫେରାର ଥିବା ବେଳେ ଲରେନ୍ସ ବିଷ୍ଣୋଇର ସହାୟତାରେ ଅନୁରାଧାର ଭେଟ ଜଠେଡି ସହ ହୋଇଥିଲା।

ବିଷ୍ଣୋଇ ଗ୍ୟାଙ୍ଗକୁ ଅପରେଟ୍‌ କରୁଥିଲା କାଲା ଜଠେଡି
ବିଷ୍ଣୋଇ ଗ୍ୟାଙ୍ଗ ଚୋରି, ଡକାୟତି, ଲୁଟପାଟ ଏବଂ ହତ୍ୟା ଭଳି ଅପରାଧ କରୁଥିଲା। ଲରେନ୍ସ ବିଷ୍ଣୋଇ ଏହାର ମୁଖ୍ୟ ଥିଲା। ହରିୟାଣା ଏସଟିଏଫ ଲରେନ୍ସକୁ ଥାଇଲାଣ୍ଡରୁ ଗିରଫ କରିବା ପରେ ତାର ଗ୍ୟାଙ୍ଗକୁ ଅପରେଟ୍‌ କରୁଥିଲା କାଲା ଜଠେଡି।

ନୁରାଧା ନାଁରେ ରହିଛି ଏକାଧିକ ମାମଲା
ଅନୁରାଧାର ଜନ୍ମ ରାଜସ୍ଥାନର ସିକର ଜିଲ୍ଲାରେ ହୋଇଥିଲା। ଅନୁରାଧା ବିରୋଧରେ ଲୁଟ, ଅପହରଣ, ଧୋକା ସମେତ ଅନେକ ମାମଲା ରହିଛି। ଡନ୍‌ ଅନୁରାଧାକୁ ନଗୌର ଜିଲ୍ଲା କୋର୍ଟ ୨ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ। ଏହା ସହ ୨୦ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଇଥିଲେ କୋର୍ଟ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.