କଏଦୀଙ୍କୁ କରୋନା ଡର : ଜେଲରେ ବନ୍ଦୀ ଥିବା କୁଖ୍ୟାତ ଅପରାଧୀ ହେଲା କରୋନା ସଂକ୍ରମିତ

Published By : Prameya-News7 Bureau | May 05, 2020 IST

ଗୁରୁଦାସପୁର ୫/୫: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଜଗ୍ଗୁ ଭଗଓ୍ବାନପୁରିଆ ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛି। ଜଗ୍ଗୁର ରିପୋର୍ଟ ପଜିଟିଭ ଆସିଛି। ଏବେ ସେ ପଟିଆଲା ଜେଲରେ ବନ୍ଦୀ ରହିଛି। ତାକୁ ମେ ୨ତାରିଖରେ ଢିଲ୍ଳଓ୍ବାଁ ସରପଞ୍ଚକୁ ହତ୍ୟା ମାମଲାରେ ପଟିଆଲା ଜେଲରୁ ବଟାଲା ପୋଲିସ୍ ନେଇ ଆସିଥିଲା। କରୋନା ଯାଞ୍ଚ ପାଇଁ ତା’ର ସାମ୍ପଲ୍ ନିଆଯାଇଥିଲା ଯାହାର ରିପୋର୍ଟ ଆଜି ପଜିଟିଭ ଆସିଛି। ଜଗ୍ଗୁ ଭଗଓ୍ବାନପୁରିଆର ରିପୋର୍ଟ ପଜିଟିଭ ଆସିବା ପରେ ଏଠାରେ ହଇଚଇ ସୃଷ୍ଟି ହୋଇଛି।

{"id":265292,"width":579,"height":385,"sizeSlug":"large"}

ଗୁରୁଦାସପୁର ଜିଲ୍ଳାରେ ଆଜି କରୋନା ବିସ୍ଫୋରଣ ହୋଇଛି। ଏଠାରେ ୪୨ନୂଆ କରୋନା ଭାଇରସ୍ ସଂକ୍ରମିତ ମାମଲା ଆସିଛି । ଏମାନଙ୍କ ମଧ୍ୟରୁ ଜଗ୍ଗୁ ଭଗଓ୍ବାନପୁରିଆ ଜଣେ। ଏଠାରେ ମୋଟ ୭୭ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇ ସାରିଛି।

{"id":265294,"sizeSlug":"large"}

ଜଗ୍ଗୁ ଭଗଓ୍ବାନପୁରିଆର ରିପୋର୍ଟ ପଜିଟିଭ ଆସିବା ପରେ ପଟିଆଲା ଜେଲ୍ ପ୍ରଶାସନ ପାଇଁ ବିପଦ ସଙ୍କେତ ଦେଖା ଦେଇଛି। ଏହା ବ୍ୟତୀତ ତା’ର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ବିଷୟରେ ପତ୍ତା ଲଗାଇବାକୁ ନେଇ ଚିନ୍ତା ଜାହୀର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.