Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଦିନେ କି ଦୁଇ ଦିନ ନୁହେଁ ୨ ମାସ ଆଗରୁ ଫେରାର ଯୋଜନା କରିଥିଲା ଗ୍ୟାଙ୍ଗଷ୍ଟାର ହାଇଦର, ଏମିତି ଟଙ୍କା ଯୋଗାଡ କରିଥିଲା

13/04/2021 at 7:49 PM

କଟକ/ସମ୍ବଲପୁର ୧୩।୦୪:  ଅଲ ଅଫ ସଡନ। ସବୁକିଛି ହଠାତ ହୋଇଯାଇନି। ଦିନେ କି ଦୁଇ ଦିନ ନୁହେଁ ୨ ମାସ ଆଗରୁ ଫେରାର ଯୋଜନା କରିଥିଲା ଗ୍ୟାଙ୍ଗଷ୍ଟାର ହାଇଦର। କେବଳ ସୁରକ୍ଷାର ଢିଲା ବ୍ୟବସ୍ଥାକୁ ସେ ଅପେକ୍ଷା କରିସାରିଥିଲା। ବାକି କିନ୍ତୁ ତାର ପ୍ଲାନ କେନ୍ଦ୍ରାପଡ଼ାରୁ ସମ୍ବଲପୁର ଯାଏଁ ସବୁ କିଛି ସେ ଠିକ ଠାକ୍ କରିସାରିଥିଲା ଏପରିକି ତାର ସବୁ ପ୍ଲାନ ଏମିତି ସେ କରିଥିଲା ପୋଲିସ ଟିକେ ବି ଟେର୍‌ ପାଇନଥିଲା।  ୨ ମାସ ଆଗରୁ ହାଇଦର ନିଜ ନାଁରେ ଥିବା ସମ୍ପତ୍ତି ବିକ୍ରି କରିଦେଇସାରିଥିଲା ।

ଦୀର୍ଘ ୨ ମାସ ଆଗରୁ ଯୋଜନାକୁ ଅନ୍ତିମ ରୂପ ଦେବା ଲାଗି ହାଇଦର ଟଙ୍କା ଯୋଗାଡରେ ଲାଗିଥିଲା।  ଏଥିପାଇଁ କେନ୍ଦ୍ରାପଡାର ସହର ମଧ୍ୟରେ ଥିବା ତାର ଘରକୁ ବିକ୍ରି କରିଦେଇଥିଲା। କେନ୍ଦ୍ରାପଡା ସହରରେ ଥିବା ୩ ଟି ମାର୍କଟେ କମ୍ଲେକ୍ସ ଘରକୁ ସେ ୨୧ ଲକ୍ଷ ଟଙ୍କାରେ ବିକ୍ରି କରିଥିଲା। କେବଳ ଏହି ୨୧ ଲକ୍ଷ ଟଙ୍କା ନୁହେଁ ବରଂ ମାର୍କଟେରୁ ଉଠେଇଥିଲା ଆହୁରି ବିପୁଳ ଟଙ୍କା । କାହାଠୁ ବଟି ଆଦାୟ କରି ଆଉ କାହାକୁ ଡରାଇ ଧମକାଇ ତାର ଲୋକମାନେ ଟଙ୍କା ଆଦାୟ କରି ରଖିଥିଲା। ଏମିତି ହାଇଦର ହାତକୁ କେନ୍ଦ୍ରାପଡାରୁ ଯାଇଥିଲା ପ୍ରାୟ ନଗଦ ୩୦ ଲକ୍ଷ ଟଙ୍କା। କୌଣସି ବ୍ୟାଙ୍କ୍ ଆକାଉଣ୍ଟ ବା ଏଟିଏମ୍ ବ୍ୟବହାର କଲେ ପୋଲିସ ସ୍କାନରରେ ଧରା ପଡିଯିବାର ଭୟ ହେତୁ ସାଙ୍ଗରେ ନଗଦ ଟଙ୍କା ନେଇ ଯିବା ପାଇଁ ସେ ପ୍ରସ୍ତୁତ କରିଥିଲା ଯୋଜନା ଏବଂ ନିଜ ଯୋଜନାରେ ସଫଳ ମଧ୍ୟ ହୋଇଥିଲା।

ଫେରାର ପୂର୍ବରୁ ଟଙ୍କା ଯୋଗାଡ କାମରେ ହାଇଦରକୁ ସହଯୋଗ କରିଥିଲେ ତାର କିଛି ପରିବାର ଲୋକ ଏବଂ ପୁରୁଣା ସହଯୋଗୀ। ସେମାନଙ୍କ ମଧ୍ୟରେ ଅଛି ହାଇଦରର ମଝିଆଁ ପୁଅ ଚନୋ, ସାନ ପୁଅ ଅଜୋ, ସାନ ଜ୍ବାଇଁ ଅପୁ ଏବଂ ତାର ପୁରୁଣା ସହଯୋଗୀ କାଲା। ୨୦୦୭  ମସିହାରୁ ହାଇଦର କେନ୍ଦ୍ରାପଡା ଠାରୁ ଦୂରେଇ ରହିଛି। ଏହି ସମୟରେ କେନ୍ଦ୍ରାପଡାରେ ତାର କଳା କାରବାର ବୁଝୁଥିଲା ତାର ଅତି ଘନିଷ୍ଠ ସହଯୋଗୀ କାଲା। ଫେରାର ହେବା ଏବଂ ଏଥିପାଇଁ ଅର୍ଥ ଯୋଗାଡ କରିବା କାମ ହାଇଦର କାଲାକୁ ଦେଇଥିଲା। କାଲାକୁ ଏଥିରେ ସହଯୋଗ କରିଥିଲେ ହାଇଦରର ୨ ପୁଅ ଓ ଜ୍ବାଇଁ। ସେମାନେ ଘର ବିକ୍ରି ପାଇଁ ଗ୍ରାହକ ଯୋଗାଡ କରିଥିଲେ। ହାଇଦର ନଁ। କହି ବିଭିନ୍ନ ଠିକାଦାର ଏବଂ ବ୍ୟବସାୟୀଙ୍କ ଠାରୁ ଅର୍ଥ ଆଦାୟ କରିଥିଲେ।

ତେବେ ଏହି ଘଟଣା କେନ୍ଦ୍ରାପଡା ପୋଲିସ ନଜରରୁ ଖସି ଗଲା କେମିତି? ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ତାର ସମ୍ପତି ବିକ୍ରି କରୁଥିବାର ଖବର କେନ୍ଦ୍ରାପଡା ପୋଲିସ ଜାଣି ପାରିଲାନି କେମିତି? ଜିଲ୍ଲା ପୋଲିସର ଗୁଇନ୍ଦା କେମିତି ଫେଲ୍ ମାରିଲା? ଯଦି ଏହି ଘଟଣାକୁ ଗୁରୁତର ସହ ନିଆଯାଇ ଥାଆନ୍ତା ତେବେ ହାଇଦରର ଚାଲ ସଂପର୍କରେ ଆଭାସ ମିଳିପାରିଥାନ୍ତା। 

ସେପଟେ ଫେରାର ହେବା ପୂର୍ବରୁ ହାଇଦର ଏକାଧିକ ବାର କଟକ ଯାଇ ପୁଣି ସମ୍ବଲପୁର ଫେରିଛି। ଏକ ଦୁର୍ଦ୍ଦାନ୍ତ ଅପରାଧୀ ହୋଇଥିଲେ ମଧ୍ୟ ସେ ବେଶ୍‌ କିଛି ଦିନ ଧରି ସୁନାପିଲା ଭଳି ଆଚାର ବ୍ୟବହାର ଦେଖାଉଥିଲା।  ଯେମିତି ତାର ଫେରାର ହୋଇଯିବା ନେଇ କାହାକୁ ପୂର୍ବରୁ ସନ୍ଦେହ ନ ହେବ ଜେଲ କର୍ମଚାରୀଙ୍କ ଆଜ୍ଞାଧୀନ ହୋଇଯାଇଥିଲା। ସେପଟେ ହାଇଦରକୁ କଟକ ନେବା ଠାରୁ ଏସସିବିରେ ପହରା ଦେବା ପାଇଁ ଜେଲ୍‌ କର୍ତ୍ତୃପକ୍ଷ ଯେମିତି ମାନୁଆଲ ପାଠ ପାସୋରି ଗଲେ। ଏକ ହାର୍ଡକୋର କ୍ରିମିନାଲକୁ କଟକ ନେବା ବେଳେ ଯେଉଁ ଏସ୍କର୍ଟ ରୁଲ ରହିଛି ତାହାର ଉଲ୍ଲଂଘନ କରାଯାଇଥିଲା। ଏପରିକି କୋର୍ଟର ଅନୁମତି ନେଇ ତାକୁ ହ୍ୟାଣ୍ଡକପରେ ବି ରଖାଯାଇପାରିଥାନ୍ତା ବୋଲି ଆଇନଜୀବୀମାନେ କହିଛନ୍ତି।

ହାଇଦର ପ୍ଲାନ କରିଚାଲିଥିଲା ଆଉ ଜେଲ କର୍ମଚାରୀମାନେ ଯେମିତି ତା ପାଇଁ ଢିଲା ହୋଇ ଚାଲିଥିଲେ। ଶେଷରେ ସେୟା ହିଁ ହେଲା ହାଇଦର ଫୁର ଆଉ ଏବେ ଚାଲିଛି ଦୋଷ ଲଦାଲଦି।

   Related Posts