୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC : ଖୋଲିବ ବହୁ ରହସ୍ୟ ?

Published By : Prameya-News7 Bureau | April 16, 2021 IST

କଟକ ୧୬/୦୪ : ୭ ଦିନିଆ ରିମାଣ୍ଡରେ ଯିବ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର । ଗ୍ୟାଙ୍ଗଷ୍ଟର ହାଇଦର ରିମାଣ୍ଡରେ ଯିବା ନେଇ କଟକ ପୋଲିସକୁ ଅନୁମତି ଦେଇଛନ୍ତି JMFC । ହାଇଦରକୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କଟକ ପୋଲିସ । ତେବେ କୋର୍ଟ ୭ ଦିନ ପାଇଁ ଅନୁମତି ଦେଇଛନ୍ତି । ରିମାଣ୍ଡ ବେଳେ ହାଇଦର ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଥିଲା ପୋଲିସ । କଟକ ଏସ୍‌ସିବିରୁ ଚିକିତ୍ସାଧୀନ ଅବସ୍ଥାରେ ଗତ ଏପ୍ରିଲ ୧୦ ତାରିଖରେ ଫେରାର ହୋଇଯାଇଥିଲା ଗ୍ୟାଙ୍ଗଷ୍ଟର ହାଇଦର । ସୁରକ୍ଷା ଦାୟିତ୍ବରେ ଥିବା ପୋଲିସଙ୍କୁ ନିଶା ଦେଇ ଫେରାର ହୋଇଯାଇଥିଲା ହାଇଦର । ତେବେ ଓଡିଶା ପୋଲିସ, ତେଲେଙ୍ଗାନା ପୋଲିସ ସହାୟତାରେ ଗୁରୁବାର ସନ୍ଧ୍ୟାରେ ହାଇଦରକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଆଜି ସକାଳୁ ଅର୍ଥାତ ଶୁକ୍ରବାର ହାଇଦରକୁ ଭୁବନେଶ୍ବର ଅଣାଯାଇଥିଲା । ସନ୍ଧ୍ୟାରେ ହାଇଦରକୁ କୋର୍ଟରେ ହାଜର କରିଥିଲା ପୋଲିସ । ବର୍ତ୍ତମାନ ହାଇଦରକୁ ଚୌଦ୍ବାର ଜେଲକୁ ପଠାଇଦିଆଯାଇଛି । ଆସନ୍ତାକାଲି ଅର୍ଥାତ ଶନିବାର ହାଇଦରକୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.