୬ଦିନ ବିତିଲା ମିଳୁନି ଫେରାର୍ ହାଇଦରର ପତ୍ତା: ସହଯୋଗୀ ୟାକୁବ୍ ଖୋଲିଛି ପୂରା କାହାଣୀ, କଟକ ଯୋବ୍ରାରେ ଏକ ଭଡ଼ାଘରେ ପ୍ରସ୍ତୁତ ହୋଇଥିଲା ବ୍ଲୁ-ପ୍ରିଣ୍ଟ

Published By : Prameya-News7 Bureau | April 15, 2021 IST

କଟକ ୧୫/୦୪ : ହାଇଦର ଫେରାରର ୬ଦିନ ପରେ ବି ପୋଲିସ ହାତ ଖାଲି । କଟକ ଏସସିବିରୁ ଚମ୍ପଟ ମାରିଥିବାର ମାତ୍ର ୨-୩ଘଣ୍ଟା ଭିତରେ ପୋଲିସ ନେଟଓ୍ନର୍କରୁ ବାହାରକୁ ପଳାଇଥିବା ଏହି ଗ୍ୟାଙ୍ଗଷ୍ଟରକୁ ଧରିବାକୁ ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ସର୍ଚ୍ଚ ଅପରେସନ ଚଳାଇଛି ଓଡ଼ିଶା ପୋଲିସ ।ସେପଟେ ପୋଲିସ ରିମାଣ୍ଡରେ ଥିବା ହାଇଦର ସହଯାଗୀ ୟାକୁବ୍‌ ଓରଫ ସଲ୍ଲୁ ଖୋଲିଛି ଫେରାର୍‌ ବ୍ଲୁ-ପ୍ରିଣ୍ଟର ପୂରା କାହାଣୀ ।

୬ଦିନ ବିତିଲା । ଫେରାର୍‌ ହାଇଦରର ପତ୍ତା ପାଉନି ପୋଲିସ । ଏହାରି ଭିତରେ ପୋଲିସ ରିମାଣ୍ଡରେ ଥିବା ହାଇଦର ସହଯୋଗୀ ୟାକୁବ୍‌ ଓରଫ୍‌ ସଲ୍ଲୁ ଖୋଲିଛି ଗ୍ୟାଙ୍ଗଷ୍ଟର ଫେରାର୍‌ ବ୍ଲୁ-ପ୍ରିଣ୍ଟର ପୂରା କାହାଣୀ ।  ଗଲା ଜାନୁଆରୀ ମାସରୁ କଟକ ଯୋବ୍ରାରେ ଏକ ଭଡ଼ାଘରେ ପ୍ରସ୍ତୁତ ହୋଇଥିଲା ହାଇଦରକୁ ଖସାଇ ନେବାର ନୀଳ ନକ୍ସା । ଯୋବ୍ରାର ଏହି ଭଡ଼ାଘରେ ରହୁଥିଲା ହାଇଦରର ଧରମ ପୁଅ ଇସ୍ତିଆକ୍‌ । ଆଉ ଇସ୍ତିଆକ୍‌ ଜରିଆରେ ହାଇଦରର ନିକଟକତର ହୋଇଥିଲା ସଲ୍ଲୁ ଓରଫ ୟାକୁବ୍‌ ଖାଁ ।ହାଇଦର ଯେତେବେଳେ ବି କଟକ SCBକୁ ଆସୁଥିଲା ସେତେବେଳେ ୟାକୁବ୍‌ ହାତରେ ବିରିୟାନୀ ପଠାଉଥିଲା ଇସ୍ତିଆକ୍‌ । ଯୋବ୍ରାର ଏହି ଭଡ଼ାଘରେ ରହୁଥିଲେ ହାଇଦରର ଖାସ ସହଯୋଗୀ  କାଲା, ସାନପୁଅ ଚୁନ୍ନା ଏବଂ ଧରମ ପୁଅ ଇସ୍ତିଆକ୍‌ ।

{"id":438964,"sizeSlug":"large","linkDestination":"none"}

ସୂଚନା ଅନୁସାରେ ଚିକିତ୍ସା ବାହାନାରେ ସମ୍ବଲପୁରରୁ କଟକ ଆସୁଥିବା ହାଇଦର ନିୟମିତ ଭାବେ ହସ୍ପିଟାଲ ବେଡ୍‌ରୁ ଉଠି ସେହି ଭଡ଼ାଘରକୁ ମଧ୍ୟ ଯାଉଥିଲା । ଆଉ ସେଇଠାରେ ହିଁ ନିଜ ସମ୍ପର୍କୀୟଙ୍କ ସହ ମିଶି  ହସ୍ପିଟାଲରୁ ଚମ୍ପଟ ମାରିବାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଖୋଦ୍‌ ହାଇଦର । ସେପଟେ କନ୍ଦ୍ରାପଡ଼ାରେ ରହି ହାଇଦରର ମଝିଆଁ ପୁଅ ଅଜୁ ଓରଫ୍‌ ଆଝାରୁଦ୍ଦିନ ବାପା ଇଶାରାରେ ଟଙ୍କା ଯୋଗାଡ଼ କରି ସେଇ ଭଡ଼ାରେ ପହଞ୍ଚୁଥିଲା । ଭଡ଼ାଘରେ ବସି ହାଇଦର ପ୍ଲାନ୍‌ ରେଡ୍ଡୀ କରୁଥିବା ବେଳେ ତା’ର ଶାଳକ ଗୋରା କଟକ ଏସସିବି ମେଡିକାଲରୁ ନ୍ୟାସନାଲ ହାଇଓ୍ବେକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଭିଡିଓ କଲ ମାଧ୍ୟମରେ ଦେଖାଉଥିଲା । ପ୍ରଥମେ ଜାନୁଆରୀ ମାସରେ ଫେରାର୍‌ ପାଇଁ ଗୋଟିଏ ରୁଟ୍‌ ଫାଇନାଲ ହୋଇଥିଲେ ମଧ୍ୟ ଫେବ୍ରୁଆରୀରେ ରୁଟ୍‌ ବଦଳାଇଥିଲା ହାଇଦର ।

ହାଇଦର ଫେରାର୍‌ ଘଟଣାରେ ଆଉ ଗୋଟେ ଗୁରୁତ୍ବପୂର୍ଣ୍ଣ ଦିଗ ସାମ୍ନାକୁ ଆସିଛି । ଚିକିତ୍ସା ବାହାନାରେ ହାଇଦର ଦୁଇ ଦୁଇ ଥର ସମ୍ବଲପୁରରୁ କଟକ ଆସିଥିବା ବେଳେ ପ୍ରତିଥର ପୋଲିସ କନ୍‌ଷ୍ଟେବଲ ମହମ୍ମଦ ମୌସିମ ହିଁ ହାଇଦର ସହ ଏସକର୍ଟରେ ଆସିଥିବା କହିଛି ୟାକୁବ୍‌ । ଏକ ଗାଡ଼ି ରିକଭରି ସଂସ୍ଥା ପାଇଁ କାମ କରୁଥିବା ଇସ୍ତିଆକ୍‌ ହାଇଦର ଫେରାର୍‌ ପାଇଁ ଗାଡ଼ି ବନ୍ଦୋବସ୍ତ କରିଥିବା କଥା ମଧ୍ୟ ସାମ୍ନାକୁ ଆସିଛି । ଆଉ ପ୍ଲାନ୍‌ ମୁତାବକ ହାଇଦର ଫେରାର ହେବା ଦିନ ସକାଳୁ ଯୋବ୍ରାରେ ସେହି ଭଡ଼ାଘରକୁ ଛାଡ଼ି ଦେଇଥିଲେ ହାଇଦରର ସମ୍ପର୍କୀୟ ।

ସେପଟେ ହାଇଦର ଫେରାରର ୬ଦିନ ପରେ ବି ପୋଲିସ ହାତ ଖାଲି । କଟକ ଏସସିବିରୁ ଚମ୍ପଟ ମାରିଥିବାର ମାତ୍ର ୨-୩ଘଣ୍ଟା ଭିତରେ ପୋଲିସ ନେଟଓ୍ନର୍କରୁ ବାହାରକୁ ପଳାଇଥିବା  ଗ୍ୟାଙ୍ଗଷ୍ଟରକୁ ଧରିବାକୁ ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ସର୍ଚ୍ଚ ଅପରେସନ ଚଳାଇଛି ଓଡ଼ିଶା ପୋଲିସ । ଏଥି ସହ କଟକରେ କରାଯାଇଥିବା ପୋଲିସ ଓ୍ବାର୍‌ରୁମ୍‌ରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସ୍ପେଶାଲ ସ୍କ୍ବାର୍ଡ଼ର ଅଧିକାରୀମାନେ ବସି ଅପରେସନ ଚଳାଇଛନ୍ତି । ହାଇଦରର ସମ୍ପର୍କରେ ଯେଉଁମାନେ ରହିଥିଲେ ସେମାନଙ୍କ ମୋବାଇଲ୍‌ ନମ୍ବର ସଂଗ୍ରହ କରିବା ସହ ସେଗୁଡ଼ିକୁ ଟ୍ରାକିଂ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.