ଏସ୍‌ସିବିରୁ ହାଇଦର ଫେରାର ଘଟଣା : ସମ୍ବଲପୁର ଜେଲ ଓ୍ବାଡର ଏବଂ ସୁରକ୍ଷା ଦାୟିତ୍ବରେ ଥିବା କନଷ୍ଟେବଲ ଗିରଫ

Published By : Prameya-News7 Bureau | April 20, 2021 IST

କଟକ ୨୦/୦୪ : ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଅପରେସନ ଜୋରଦାର କରିଛି କମିସନରେଟ୍‌ ପୋଲିସ । ହାଇଦର ଫେରାର ଘଟଣାରେ ଆଉ ୨ ଜଣ ଗିରଫ । କଟକ ଏସ୍‌ସିବି ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ହାଇଦର ଫେରାର ହେବା ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ୨ ଅଭିଯୁକ୍ତ ସମ୍ବଲପୁର ଜେଲ ଓ୍ବାର୍ଡର ଏବଂ ହାଇଦରର ସୁରକ୍ଷା ଦାୟିତ୍ବରେ ଥିବା କନଷ୍ଟେବଲ ମହମ୍ମଦ ମୌସିମଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ଏସ୍‌ସିବିରେ ହାଇଦର ଚିକିତ୍ସିତ ହେଉଥିବା ବେଳେ ସୁରକ୍ଷା ଦାୟିତ୍ବରେ ଥିଲେ କନଷ୍ଟେବଲ ମହମ୍ମଦ ମୌସିମ । ଏହା ପୂର୍ବରୁ ହାଇଦରକୁ ଖସାଇବାରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ୩ ଜଣଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ଥିଲେ ।

ସୂଚନାଯୋଗ୍ୟ, କଟକ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ବେଳେ ସୁରକ୍ଷା ଦାୟିତ୍ବରେ ଥିବା କନଷ୍ଟେବଲ ମହମ୍ମଦ ମୌସିମଙ୍କୁ ଖାଦ୍ୟରେ ନିଶା ଦେଇ ଫେରାର ହୋଇଯାଇଥିଲା ଗ୍ୟାଙ୍ଗଷ୍ଟର ହାଇଦର । ଫେରାରର ୫ ଦିନ ପରେ ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଥିଲା ଓଡିଶା ପୋଲିସର ସ୍ପେଶାଲ ଟିମ୍‌ । ପରେ ତାକୁ ଭୁବନେଶ୍ବର ଅଣାଯାଇଥିଲା । JMFC କୋର୍ଟରେ ପୋଲିସ ପକ୍ଷରୁ ୧୨ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା କିନ୍ତୁ କୋର୍ଟ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥି​‌ଲେ । ତେବେ ହାଇଦର କରୋନା ଆକ୍ରାନ୍ତ ଜଣାପଡିବା ପରେ ତାକୁ ଏବେ ରିମାଣ୍ଡ​‌ରେ ନେଇନାହିଁ ପୋଲିସ । ସେ ସୁସ୍ଥ ହେବା ପରେ ପୋଲିସ ରିମାଣ୍ଡରେ ନେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.