ଗ୍ୟାଙ୍ଗଷ୍ଟର ଏଜାଜ୍ ଲାକଦୱାଲ ଗିରଫ : ପୂର୍ବରୁ ଦାଉଦ ଟିମ୍‌ରେ ଥିଲା, ତା ନାମରେ ୨୭ ମାମଲା

Published By : Prameya-News7 Bureau | January 09, 2020 IST

ମୁମ୍ବାଇ ୯।୧:  ଫେରାର ଗ୍ୟାଙ୍ଗଷ୍ଟର ଏଜାଜ୍ ଲାକଦୱାଲକୁ ଗିରଫ କରିଛି ମୁମ୍ବାଇ ପୋଲିସ । ୨୭ରୁ ଅଧିକ ମାମଲରେ ଏଜାଜକୁ ଖୋଜୁଥିଲା ପୋଲିସ । ତା ନାମରେ ଦାଦାବଟି ଆଦାୟ, ଧମକ, ହତ୍ୟା ଉଦ୍ୟମ ଏବଂ ଦଙ୍ଗା ଭଳି ସଙ୍ଗୀନ ଅଭିଯୋଗ ରହିଛି । ତେବେ ବଡ଼ କଥାଟି ହେଲା ଏଜାଜ୍ ଏକଦା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍  ଗ୍ୟାଙ୍ଗ୍ ରେ ଥିଲା ଜଣେ ସକ୍ରିୟ ସଦସ୍ୟ । ଛୋଟା ରାଜନ ଅଧିନରେ ବି ସେ କାମ କରୁଥିଲା ।

{"id":208948,"sizeSlug":"large"}

ପାଟନାରେ ତାକୁ ଠାବ କରିଥିଲା ମୁମ୍ବାଇ ପୋଲିସ । ତେବେ ତାକୁ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଗିରଫ କରାଯାଇଥିଲା। ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର କିନ୍ତୁ ଦାଉଦ ଇବ୍ରାହିମ ଏବଂ ଛୋଟା ରାଜନଠାରୁ ଅଲଗା ହୋଇଯାଇଥିଲା । ୧୦ ବର୍ଷ ହେବ ନିଜର ଗ୍ୟାଙ୍ଗ୍ ଗଢି ଅପରାଧ ଜଗତରେ ସେ ସକ୍ରିୟ ଥିଲା ।

{"id":208949,"sizeSlug":"large"}

୨୦୦୪ ମେ  ମାସରେ ଏଜାଜକୁ କାନାଡାର ଅଟାୱାରେ ସେଠିକା ପୋଲିସ ଗିରଫ କରିଥିଲେ । ତେବେ କିଛି ଦିନ ପରେ ସେ ସେଠାରୁ ମୁକ୍ତି ପରେ ଉତ୍ତର ଆମେରିକାର କେଉଁ ଏକ ଅଜ୍ଞାତ ସ୍ଥାନରେ ରହି ତାର ଅପରାଧ ସିଣ୍ଡିକେଟକୁ ଅପରେଟ୍ କରୁଥିଲା । ତେବେ ସେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଦେଶକୁ ଯିବା ଆସିବା କରୁଥିଲା । କିନ୍ତୁ ବିଭିନ୍ନ ଅପରାଧରେ ତାର ସଂପୃକ୍ତି ନେଇ ପୋଲିସରେ ମାମଲା  ଯୋଗୁଁ  କିଛି ବର୍ଷ ତଳେ ତା ନାମରେ ରେଡ୍ କର୍ଣ୍ଣର ନୋଟିସ ମଧ୍ୟ ଜାରି ହୋଇଥିଲା । କେବଳ ଏଜାଜ୍ ନୁହେଁ, ତାର ପରିବାର ବି ଅପରାଧରେ ସଂପୃକ୍ତ ଥିଲେ । ଗତ ମାସରେ ଏଜାଜ୍ ର ଝିଅ ସୋନିଆକୁ ମୁମ୍ବାଇ ଏୟାରପୋର୍ଟରେ ଗିରଫ କରିଥିଲା ପୋଲିସ ।

{"id":208950,"sizeSlug":"large"}

ପୋଲିସ ସୂଚନା ଅନୁଯାୟୀ, ସେ ଜାଲି କାଗଜପତ୍ର ଜରିଆରେ ହାସଲ କରିଥିବା ପାସପୋର୍ଟଟିକୁ ଜବତ କରି ତାକୁ ଗିରଫ କରାଯାଇଥିଲା । ସେ ସୋନିଆ ଲାକଦୱାଲ ବଦଳରେ ନିଜ ନାମ ସୋନିଆ  ସେଖ୍ ବୋଲି ଲେଖିଥିଲା । ତାପରେ ସୋନିଆଠାରୁ  ହାସିଲ ତଥ୍ୟ ଏବଂ ସୂଚନା ଭିତ୍ତିରେ ଏଜାଜକୁ ପାଟନାରୁ ଠାବ କରି ଗିରଫ କରିଛି ଆଣ୍ଟି ଏକ୍ସଟୋରେସନ ସେଲ୍ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏଜାଜ୍ ଲାକଦେୱାଲା ପୋଲିସ ହେପାଜତରେ  ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.