ସ୍କୁଲ ପ୍ରିନ୍ସିପାଲଙ୍କୁ ଛୁରୀ ଭୁସି ମାରିବା ପରେ ରକ୍ତରେ ଖେଳିଥିଲା ହୋଲି, ସେଇଠୁ ଆରମ୍ଭ ହୋଇଥିଲା ଖୁନୀ ବିକାଶର ଅପରାଧ
9/07/2020 at 1:16 PM

ଲକ୍ଷ୍ନୌ, ୦୯|୦୭: ୨୮ ବର୍ଷରେ କାନପୁର ସୁଟଆଉଟର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେର ଅପରାଧ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ସେ ସ୍କୁଲରେ ପଢିବା ସମୟରେ ନିଜ ପ୍ରିନ୍ସିପାଲକୁ ଅତି ନୃଶଂସ ଭାବେ ଛୁରୀ ଭୁସି ହତ୍ୟା କରିଥିଲା । ଏପରିକି ରକ୍ତକୁ ହାତ ସାରା ବୋଳିଥିଲା ।
ବିକାଶ ଯେଉଁ ସ୍କୁଲରେ ପଢୁଥିଲା ସେହି ସ୍କୁଲର ବୃଦ୍ଧ ପ୍ରିନ୍ସିପାଲ୍ ସିଦ୍ଧେଶ୍ୱର ପାଣ୍ଡେୟଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲା । ପ୍ରିନ୍ସିପାଲଙ୍କ ପୁଅ ରାଜେନ୍ଦ୍ର କହିଛନ୍ତି ଯେ, ବାପା ବଞ୍ଚିବା ପାଇଁ ବହୁତ ପ୍ରାର୍ଥନା କରିଥିଲେ ମଧ୍ୟ ବିକାଶ କିଛି ଶୁଣିନଥିଲା । ଏପରିକି ହତ୍ୟା ପରେ ରକ୍ତକୁ ହାତ ସାରା ବୋଳିଥିଲା । ସେ ପିଲାଦିନୁ ଅପରାଧି ପ୍ରବୃତ୍ତିର ଥିଲା ବୋଲି ୟୁପି ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଥିଲେ ।
ସୂଚନାଯୋଗ୍ୟ, କାନପୁର ସୁଟ୍ଆଉଟ୍ର ମାଷ୍ଟରମାଇଣ୍ଡ ବିକେଶ ଦୁବେକୁ ଗିରଫ କରାଯାଇଛି । ମଧ୍ୟପ୍ରଦେଶର ଉଜ୍ଜୟନୀରୁ ଗିରଫ କଲା ପୋଲିସ । ଜୁଲାଇ ୨ ତାରିଖରେ କାନପୁରରେ ଘଟିଥିବା ସୁଟ୍ଆଉଟ୍ ଘଟଣାର ମାଷ୍ଟରମାଇଣ୍ଡ ଥିଲା ବିକାଶ ଦୁବେ । ଦୀର୍ଘ ଦିନ ହେଲା ପୋଲିସ ବିକାଶକୁ ଖୋଜୁଥିଲା । ଶେଷରେ ଆଜି ପୋଲିସ ବିକାଶକୁ ମଧ୍ୟପ୍ରଦେଶରୁ ଗିରଫ କରିଛି ।