Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ପୁଅର କୁକର୍ମ ପାଇଁ ଗାଁ ଲୋକଙ୍କୁ ହାତ ଯୋଡି କ୍ଷମା ମାଗିଲେ ବିକାଶ ଦୁବେର ମା, କାନପୁର ଗଣହତ୍ୟାରେ ୮ ପୋଲିସଙ୍କୁ ହତ୍ୟା କରିଥିଲା ଗ୍ୟାଙ୍ଗଷ୍ଟର

8/01/2021 at 6:41 PM

ଲକ୍ଷ୍ନୌ ୦୮/୦୧ : ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମା ସରଲା ଦେବୀ ନିଜର ଗାଁ ଲୋକଙ୍କ ନିକଟକୁ ଯାଇ କ୍ଷମା ମାଗିଛନ୍ତି । ଶୁକ୍ରବାର ନିଜ ପୈତୃକ ଗାଁ ବିକରୁକୁ ଯାଇ ବିକାଶ ଦୁବେର ମା ନିଜ ପୁଅର କୁକର୍ମ ପାଇଁ ଗାଁ ଲୋକଙ୍କୁ ହାତଯୋଡି କ୍ଷମା ମାଗିଥିଲେ ।

ସୂଚନାଯୋଗ୍ୟ, ଗତ ବର୍ଷ ଜୁଲାଇ ୩ ତାରିଖରେ ଗାଡି ଚଢାଇ ୮ ଜଣ ପୋଲିସ କର୍ମୀଙ୍କୁ ହତ୍ୟା କରିଥିଲା ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ । ଏହାର ସପ୍ତାହେ ପରେ ତାକୁ ଧରିଥିଲା ପୋଲିସ । ଉତ୍ତର ପ୍ରଦେଶ ପୋଲିସ ବିକାଶ ଦୁବେକୁ କାନପୁରରୁ ଉଜ୍ଜୈନ ଜେଲକୁ ନେଉଥିବା ସମୟରେ ପୋଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ପୋଲିସର ପାଲଟା ଏନକାଉଣ୍ଟରରେ ନିହତ ହୋଇଥିଲା ବିକାଶ ।

ତେବେ ବିକାଶ ଦୁବେର ମା ପୈତୃକ ଗାଁରେ ପହଞ୍ଚିବା ପରେ କିଛି ମହିଳା ତାଙ୍କ ପରିବାରକୁ ବର୍ବାଦ କରିଦେଇଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ବିକାଶ ଦୁବେର ମା ସରଲା ଦେବୀ କହିଛନ୍ତି, ‘ଏଭଳି ଅପରାଧୀକୁ ଜନ୍ମ ଦେଇ ମୁଁ ଅବଶୋଷ କରୁଛି ଏବଂ ଆପଣମାନଙ୍କୁ ଜଣେ ଅଭିଯୁକ୍ତ ପକ୍ଷରୁ କ୍ଷମା ପ୍ରାର୍ଥନା କରୁଛି ଯେଉଁମାନେ ନିଜ ପରିଜନଙ୍କୁ ହରାଇଛନ୍ତି ’ ।

ସୂଚନା ଅନୁସାରେ, ବିକରୁ କାଣ୍ଡ ପରେ ବିକାଶ ଦୁବେର ଆଲିସାନ ବଙ୍ଗଳାକୁ ପୋଲିସ ଭାଙ୍ଗିଦେବା ପରେ ସେବେଠାରୁ ସରଲା ଦେବୀ ଅନ୍ୟସ୍ଥାନରେ ରହୁଥିଲେ । ଏବେ ପ୍ରଥମ ଥର ପାଇଁ ସେ ଗାଁକୁ ଯାଇଥିଲେ । କିନ୍ତୁ ସେଠାରେ ପୋଲିସ ତାଙ୍କ ଘର ଭାଙ୍ଗି ଦେଇଥିବା ଦେଖିବାକୁ ପାଇଥିଲେ ସରଲା ଦେବୀ । ତେବେ ବିକାଶ ଦୁବେର ମା ଗାଁକୁ ଆସିଥିବା ଖବର ଚାରିଆଡେ ବ୍ୟାପି ଯାଇଥିଲା । ପୋଲିସ ଖବର ପାଇ ତୁରନ୍ତ ଗାଁକୁ ଏକ ପ୍ଲାଟୁନ୍‌ ଫୋର୍ସ ପଠାଇଥିଲା ।

   Related Posts