Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ପଲିଟିକାଲ ସର୍କଲରେ ବିକାଶ ଦୁବେର ଜୋର୍ କାଟତି, ଏସପି-ବିଏସପି-ବିଜେପି ସମସ୍ତେ ଦେଉଥିଲେ ଗ୍ୟାଙ୍ଗଷ୍ଟାରକୁ ସୁରକ୍ଷା, ୫୦ରୁ ଅଧିକ ସଙ୍ଗୀନ କେସ୍ ପରେ ବି ଥିଲା ସୁରକ୍ଷିତ

6/07/2020 at 12:47 PM

କାନପୁର, ୦୬|୦୭: ଗ୍ୟାଙ୍ଗଷ୍ଟାର୍ ବିକାଶ ଦୁବେ ଫେରାର ଅଛି । ଏବେ ଉତ୍ତର ପ୍ରଦେଶ ପୋଲିସର ମେନ୍ ଟାର୍ଗେଟରେ ବିକାଶ । ଗତ ୩ ତାରିଖରେ ଏହି ଗାଙ୍ଗଷ୍ଟାରର ଗୁଣ୍ଡାମାନଙ୍କ ଗୁଳିରେ ୮ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିଲେ । ପୋଲିସ ଏହାପରେ ବିକାଶକୁ ଖୋଜିବା ସହ ସେ ରହୁଥିବା ଘରକୁ ଭାଙ୍ଗିଦେଇଛି ।

ସୂଚନାନୁସାରେ, ଗତ ୩ ତାରିଖରେ କାନପୁରରେ ହୋଇଥିବା ଏକ ଗୁଳିକାଣ୍ଡରେ ଜଣେ ଡିଏସପିଙ୍କ ସମେତ ୮ ପୋଲିସ କର୍ମୀ ସହିଦ ହୋଇଥିଲେ । ପୋଲିସ ଟିମ୍ ବିକାଶକୁ ଧରିବା ପାଇଁ ଯିବା ବେଳେ ସେମାନଙ୍କ ଉପରେ ଗୁଳିମାଡ କରାଯାଇଥିଲା ।

ବିକାଶ ନାମରେ ୫୦ରୁ ଅଧିକ ମାମଲା ରହିଛି । ଏପରିକି ରାଜ୍ୟର ମନ୍ତ୍ରୀ ସନ୍ତୋଷ ଶୁକ୍ଲାଙ୍କ ହତ୍ୟାକାଣ୍ଡରେ ସେ ସଂପୃକ୍ତ ଥିଲା । ପରେ ୨୦୦୨ରେ ଆତ୍ମସମର୍ପଣ କରିଥିଲା । କିନ୍ତୁ ପୁଣି କଳା ସାମ୍ରାଜ୍ୟ ଆରମ୍ଭ କରିଥିଲା । ଏବେ ସନ୍ତୋଷଙ୍କ ଭାଇ ବିକାଶ କିପରି ଏତେମାତ୍ରରେ ଶକ୍ତିଶାଳୀ ହେଲା ତାହା କହିଛନ୍ତି । ସେ କହିଛନ୍ତି ଯେ, ଏକଦା ପୋଲିସ ତାଙ୍କ ଭାଇଙ୍କ ହତ୍ୟା ସମୟରେ ଯାହା କରିଥିଲା ଏହା ହେଉଥି ତାହାର ଫଳ । ସରକାର ପୋଲିସକୁ ଟଙ୍କା ଦେଉନାହାଁନ୍ତି । ଗାଙ୍ଗଷ୍ଟାରମାନେ ପୋଲିସକୁ ଟଙ୍କା ଦେଉଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବିକାଶ ଦୁବେ ଓ ଲାଲନ ବାଜପେୟୀ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ସେ ଚେୟାରମ୍ୟାନ ହେବା ପରେ ଉଭୟ ଲାଭ ସମାନ ଭାବେ ନେଉଥିଲେ । ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା । ୧୯୯୦ରୁ ବିକାଶ ଅପରାଧିକ କାର୍ଯ୍ୟକଳାପରେ ଜଡିତ । ସେ ହତ୍ୟା, ଅପହରଣ, ଦଙ୍ଗା ଭଳି ଅପରାଧରେ ଜଡିତ । ତାଙ୍କ ଭାଇ ତଥା ବିଜେପି ନେତା ସନ୍ତୋଷଙ୍କୁ ଥାନା ଭିତରେ ଆକ୍ରମଣ କରାଯାଇଥିଲା । କିନ୍ତୁ ସାକ୍ଷୀ ଦେବାକୁ କେହି ଆସିନଥିଲେ । ସେ ବିଏସପି ଟିକେଟରେ ପଞ୍ଚାୟତ ନିର୍ବାଚନ ଲଢିବା ପରେ ଅଧିକ ଅପରାଧ କରିଥିଲେ । ବିଜେପି, ବିଏସପି ଓ ଏସପି କେହି ହେଲେ ବିକାଶକୁ ରୋକି ନାହାନ୍ତି । ସମସ୍ତ ଦଳ ତାଙ୍କୁ ରାଜନୈତିକ ସୁରକ୍ଷା ଦେଉଥିଲେ ।

   Related Posts