'୨ ବିଜେପି ବିଧାୟକ ମୋତେ ସାହାଯ୍ୟ କରିଥିଲେ, ପୋଲିସ କବଳରୁ ମୁକୁଳାଇଥିଲେ' : ଭାଇରାଲ ହେଉଛି ଗ୍ୟାଙ୍ଗଷ୍ଟାର୍ ବିକାଶ ଦୁବେର ଭିଡିଓ...

Published By : Prameya-News7 Bureau | July 07, 2020 IST

ଲକ୍ଷ୍ନୌ, ୦୭|୦୭: କାନପୁରରେ ୮ ପୋଲିସ କର୍ମଚାରୀଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ବିକାଶ ଦୁବେ ଏବେ ଫେରାର ରହିଛି। ଏହି ସମୟରେ ବିକାଶର ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ତାକୁ ସାହାଯ୍ୟ କରିଥିବା ୨ ଜଣ ବିଜେପି ବିଧାୟକଙ୍କ ନାମ ନେଇଛି । ୨୦୧୭ରେ ଜେରା ସମୟର ଏହି ଭିଡିଓଟି ହୋଇଥିବା କୁହାଯାଇଛି । ତେବେ ବିଜେପି ବିଧାୟକମାନେ ଏହାକୁ ଫେକ୍ ବୋଲି କହିଛନ୍ତି ।

ଜେରା ସମୟରେ ଏସଟିଏଫ ବିକାଶକୁ କାହାର ସହଯୋଗ ରହିଛି ବୋଲି ପଚାରିଥିଲା । ବିକାଶ କରିଥିଲା ଯେ, କୌଣସି ଚାପ ନଥିଲା । ସେ ନିଜେ ଚେଷ୍ଟା କରିଥିଲା । ନିଜ ଅଞ୍ଚଳର କିଛି ନେତା ତାକୁ ସାହାଯ୍ୟ କରିଥିଲେ । ସ୍ଥାନୀୟ ବିଧାୟକ ଭଗବତୀ ପ୍ରସାଦ ସାଗର ଓ ଅଭିଜିତ ସିଂ ସାଙ୍ଗାଙ୍କ ନାଁ ସେ ନେଇଥିଲା । ଏହି ଦୁଇ ବିଧାୟକ ତାକୁ ପୋଲିସଠୁ ରକ୍ଷା କରିଥିଲେ । ଏହାସହ ଜିଲ୍ଲାର ପଞ୍ଚାୟତ ଅଧ୍ୟକ୍ଷଙ୍କ ସମେତ ୪-୫ ମୁଷ୍ଟିମେୟ ଲୋକମଧ୍ୟ ତାକୁ ସାହାଯ୍ୟ କରିଥିବା ସେ କହିଥିଲା ।

wp:html /wp:html

ବିକାଶ ଆହୁରି କହିଥିଲା ଯେ, କିଛି ନେତା ତାକୁ ସାହାଯ୍ୟ କରିବାକୁ କହିଥିଲେ । ଏପରିକି ସେଦୋଷୀ ହେଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ ବୋଲି କହିଥିଲେ ।

ଏହି ଅଭିଯୋଗକୁ ନେଇ ବିଠୁର ବିଜେପି ବିଧାୟକ ଅଭିଜିତ କହିଚନ୍ତି ଯେ, ଏହା ତାଙ୍କ ବିରୋଧରେ ଷଡଯନ୍ତ୍ର । ଏନେଇ ସେ ଓକିଲଙ୍କ ସହ ଆଲୋଚନା କରିଛନ୍ତି । ପ୍ରଥମେ ସେ ଏହି ଭିଡିଓକୁ ନେଇ କେସ୍ କରିବେ ବୋଲି କହିଛନ୍ତି ।

ସେହିପରି ବିହ୍ଲୋରର ବିଜେପି ବିଧାୟକ ଭଗବତୀ କହିଛନ୍ତି ଯେ, ବିକାଶ ଦୁବେ ତାଙ୍କ ଶତ୍ରୁ । ସେ ତାଙ୍କ ବିରୋଧରେ ନିର୍ବାଚନରେ ବିଏସପି ବିଧାୟକ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା । କଲ୍ ଡିଟେଲ୍ସ ଦେଖିନିଅନ୍ତୁ ବୋଲି ବିଧାୟକ କହିଛନ୍ତି । ଏପରିକି ଅଭିଯୋଗ ସତ ହେଲେ ଯାହା ଦଣ୍ଡ ଦିଆଯିବ ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.