ଗ୍ୟାଙ୍ଗଷ୍ଟର ଟିଟୋର ସମ୍ପତି ବ୍ୟାଜାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ; ୩୪ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍

Published By : Prameya-News7 Bureau | July 12, 2018 IST

ଗ୍ୟାଙ୍ଗଷ୍ଟର ଟିଟୋର ସମ୍ପତି ବ୍ୟାଜାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ । ଟିଟୋ ଓ ତାର ସମ୍ପର୍କୀୟଙ୍କ ୫୦ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବାକୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ପ୍ରକ୍ରିୟା ଆରମ୍ଭ କରିଛି । ଟିଟୋ, ବେନାଜିର୍ ଏବଂ ୧୮ ସମ୍ପର୍କୀୟଙ୍କ ନାମରେ ୩୪ଟି ବ୍ୟାଙ୍କରେ ଥିବା ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି । ଏହାସହ ବାଲିଘାଟ ଓ ମୋରମ ଟେଣ୍ଡର ନେଇ ଥିବା ତଥ୍ୟ ପ୍ରଦାନ ପାଇଁ ବିଭିନ୍ନ ତହସିଲଦାରଙ୍କୁ ଚିଠି କରାଯାଇଛି । କେନ୍ଦ୍ରାପଡା, ଯାଜପୁରର ଧର୍ମଶାଳା, ବାଲଚନ୍ଦ୍ରପୁର, ମହାକାଳପଡା, ପଟ୍ଟାମୁଣ୍ଡାଇ, ଗରଦପୁର, ମାର୍ଶାଘାଇ ତହସିଲଦାରଙ୍କୁ ଚିଠି କରିଛି କ୍ରାଇମବ୍ରାଞ୍ଚ । ଏହାସହ ଜମିଜମା, ମଉଜା, ତହସିଲ, ପରଚେଜର ସମ୍ପର୍କିତ ତଥ୍ୟ ପ୍ରଦାନ ପାଇଁ ରେଜିଷ୍ଟ୍ରେସନ ଇନସ୍ପେକ୍ଟର ଜେନେରାଲ ଏବଂ ଇ-ଗଭର୍ନାନ୍ସ ସର୍ଭିସ ଲିମିଟେଡର ନିର୍ଦ୍ଦେଶକଙ୍କୁ ମଧ୍ୟ ଚିଠି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.